ନିଯୁକ୍ତ ହେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ଶୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୨୪ ନଭେମ୍ବର ମାସରେ ପୂର୍ବତନ ମହିଳା କମସିନର ଅଧକ୍ଷ୍ୟ ମୀନତି ବେହେରାଙ୍କୁ ପଦରୁ ହଟାଯିବା ପରେ ପାଖାପାଖି ୮ ମାସ ଧରି ଏହି ପଦବୀ ଖାଲି ପଡିଥିଲା ।

ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ଗାଁର  ୪୮ ବୟସର ସୋଭନା ମହାନ୍ତିଙ୍କୁ ମହିଳା କମିସନ ଅଧକ୍ଷା ଭାବେ ସରକାର ଗୁରୁଦାୟିତ୍ୱ ଦେଉଛନ୍ତି । ରାଜ୍ୟରେ ପ୍ରତ୍ୟେକ ଦିନ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ହିଂସା, ଅନ୍ୟାୟକୁ ରୋକିବା ପାଇଁ ସରକାର ତାଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛନ୍ତି । ସୋଭନା ମହାନ୍ତି ଜଣେ ଓକିଲ । ରାଜ୍ୟ ବିଜେପି ପୂର୍ବତନ ରାଜ୍ୟ ସମ୍ପାଦକ ଓ ବାଚାଓ ବେଟି ପାଦୋର ସଂଯୋଜକ ମଧ୍ୟ ରହିଛନ୍ତି ସୋଭନା।

ଏହା ସହ ଓଡ଼ିଶା ରାଜ୍ୟ ମହିଳା କମିଶନ ଆଇନ, ୧୯୯୩ (୧୯୯୪ ର ଓଡ଼ିଶା ଆଇନ ୧୯)ର ଧାରା-୩(୧) ଏବଂ ଧାରା-୩(୨)(ଗ) ଅନୁଯାୟୀ, ରାଜ୍ୟ ସରକାର ଚାରି ଜଣଙ୍କୁ ଓଡ଼ିଶା ରାଜ୍ୟ ମହିଳା କମିଶନ, ଭୁବନେଶ୍ୱରର ସଦସ୍ୟ ଭାବରେ ମନୋନୀତ କରିଛନ୍ତି। ସେମାନେ ହେଲେ ପ୍ରତିଭା ଶତପଥୀ, ଉର୍ମିଳା ମହାପାତ୍ର, କଳ୍ପନା ମଲ୍ଲିକ, ମୁକ୍ତା ସାହୁ । ସଦସ୍ୟ କମିଶନର ଏହି ୪ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ତିନି ବର୍ଷ ରହିବ।

ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ ହେବା ପରେ ସୋଭନା ମହାନ୍ତି କହିଛନ୍ତି, ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରିବି । ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଉଛନ୍ତି । ବାଲେଶ୍ୱର ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି । ଆଗକୁ ମଧ୍ୟ ମହିଳାଙ୍କୁ ନ୍ୟାୟ ପାଇଁ କଠୋର ପଦକ୍ଷେପ ନିଆଯିବ ।

Leave a Reply

Your email address will not be published. Required fields are marked *