ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟରେ ଆଜି ଶକ୍ତିକାନ୍ତ ଦାସଙ୍କ ଶେଷ ଦିନ। ଦୀର୍ଘ ୬ ବର୍ଷ ଧରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ୱ ତୁଲାଇବା ପରେ ଆଜି ସରିଲା ଶକ୍ତିକାନ୍ତ ଦାସ କାର୍ଯ୍ୟକାଳ। ଗତକାଲି ସଞ୍ଜୟ ମାଲହୋତ୍ରା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏହା ପୂର୍ବରୁ ଶକ୍ତିକାନ୍ତ ଦାସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ତାଙ୍କର ଭାବନା ପ୍ରକାଶ କରିଛନ୍ତି। ସେ ନିଜ ଏକ୍ସ ରେ ଲେଖିଛନ୍ତି ଆରବିଆଇ ଗଭର୍ଣ୍ଣର ଭାବରେ ମୋତେ ଦେଶର ସେବା କରିବାର ସୁଯୋଗ ଦେଇଥିବାରୁ ଏବଂ ତାଙ୍କ ମାର୍ଗଦର୍ଶନ ଏବଂ ପ୍ରୋତ୍ସାହନ ପାଇଁ ମୁଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ରିଜର୍ଭ ବ୍ୟାଙ୍କର ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଞ୍ଜୟମାଲ ହୋତ୍ରାଙ୍କୁ ଶୁଭେଚ୍ଛା । ସଞ୍ଜୟ ମାଲହୋତ୍ରାଙ୍କ ପାଖରେ ବହୁତ ଅଭିଜ୍ଞତା ରହିଛି। ମୁଁ ନିଶ୍ଚିତ ସେ ଭଲ କାମ କରିବେ। ଏହା ସହ ସବୁ ଚ୍ୟାଲେଞ୍ଜରେ ତାଙ୍କୁ ସହଯୋଗ କରିବା ପାଇଁ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିଷୟରେ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିରନ୍ତର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ବିତ୍ତୀୟ-ମୁଦ୍ରା ସମନ୍ୱୟ ସର୍ବୋତ୍ତମ ଥିଲା ଏବଂ ଗତ ଛଅ ବର୍ଷ ମଧ୍ୟରେ ଆମକୁ ଅନେକ ଆହ୍ୱାନର ମୁକାବିଲା କରିବାରେ ଏହା ସାହାଯ୍ୟ କରିଥିଲା। ମୁଁ ଆର୍ଥିକ କ୍ଷେତ୍ର ଏବଂ ଅର୍ଥନୀତିର ସମସ୍ତ ଅଂଶୀଦାର, ବିଶେଷଜ୍ଞ ଏବଂ ଅର୍ଥନୀତିଜ୍ଞଙ୍କ ସହ ହାତ ମିଳାଇଛି। ଶିଳ୍ପ ସଂସ୍ଥା ଓ ସଂଘ; ମୁଁ କୃଷି, ସମବାୟ ଏବଂ ସେବା କ୍ଷେତ୍ରରେ ଥିବା ସଂଗଠନଗୁଡ଼ିକୁ ସେମାନଙ୍କର ମତାମତ ଏବଂ ନୀତି ପରାମର୍ଶ ପାଇଁ ଧନ୍ୟବାଦ ଜଣାଉଛି। ସେ ତାଙ୍କ ପୂରା ଆରବିଆଇ ଟିମକୁ ଧନ୍ୟବାଦ ଜଣାଇ ଲେଖିଛନ୍ତି ଆମେ ସମସ୍ତେ ମିଶି ଅଭୂତପୂର୍ବ ବୈଶ୍ୱିକ ଝଟକାର ଏକ ଅସାଧାରଣ କଠିନ ସମୟକୁ ସଫଳତାର ସହ ଅତିକ୍ରମ କରିଛୁ। ବିଶ୍ୱାସ ଏବଂ ବିଶ୍ୱସନୀୟତାର ଅନୁଷ୍ଠାନ ଭାବରେ ଆରବିଆଇ ଆହୁରି ଅଧିକ ହେବା ଉଚିତ୍। ସମସ୍ତଙ୍କୁ ମୋର ଶୁଭେଚ୍ଛା। ସୂଚନାଯୋଗ୍ୟ, ୨୦୧୮ ଡିସେମ୍ବର ୧୨ ତାରିଖରେ ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ହଠାତ୍ ଇସ୍ତଫା ଦେବା ପରେ ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢ଼ାଇଥିଲେ କେନ୍ଦ୍ର ସରକାର। ଶକ୍ତିକାନ୍ତ ଦାସ ଦେଶର ଦ୍ବିତୀୟ ସର୍ବାଧିକ ସମୟ ଧରି ରିଜର୍ଭ ବ୍ୟାଙ୍କଗଭର୍ଣ୍ଣର ଭାବେ ସେବା ପ୍ରଦାନ କରିଛନ୍ତି। Post navigation ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ନବୀନ ଭୁବନେଶ୍ବରର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ପୂରଣ ପାଇଁ ସହରରେ ଏକାଧିକ ସଡ଼କ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା