ଦିଲ୍ଲୀର ୪୦ରୁ ଅଧିକ ସ୍କୁଲକୁ ମିଳିଲା ବୋମା ଧମକ । ଇ ମେଲ୍ ଜରିଆରେ ସ୍କୁଲକୁ ଆସିଛି ବୋମା ଧମକ । ୪୦ରୁ ଅଧିକ ସ୍କୁଲକୁ ଇ-ମେଲରେ ଆସିଛି ବୋମା ଧମକ। ଆଜି ସକାଳେ ଇ-ମେଲ୍ ମିଳିବା ପରେ ପ୍ରଥମେ ପିଲାମାନଙ୍କୁ ଘରକୁ ପଠାଇ ପୁଲିସକୁ ଖବର ଦିଆଯାଇଥିଲା। ଏହାପରେଅ ଗ୍ନିଶମ ବିଭାଗ ଓ ଦିଲ୍ଲୀ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଇମେଲକୁ ଯାଞ୍ଚକରି ଘଟଣାର ତଦନ୍ତ ଚଳାଇଛି। କିଏ ଓ କାହିଁକି ଏଭଳି ମେଲ୍ ପଠାଇଛି ତାକୁ ତଦନ୍ତ ପରିସରଭୁକ୍ତ କରିଛି ଦିଲ୍ଲୀ ପୋଲିସ । ସୂଚନା ଯୋଗ୍ୟ; ଆଜି ସକାଳ ୭ଟାରେ ପଶ୍ଚିମ ବିହାରର ଆରକେ ପୁରମ୍ସ୍ଥିତ ଏକ ଘରୋଇ ସ୍କୁଲ ସମେତ ଅନ୍ୟ ବିଦ୍ୟାଳୟର ମ୍ୟାନେଜମେଣ୍ଟକୁ ବୋମାମାଡ଼ ଧମକ ମିଳିଥିଲା। ସେତେବେଳକୁ ପିଲାମାନେ ପାଠପଢ଼ା ପାଇଁ ସ୍କୁଲରେ ପହଞ୍ଚି ସାରିଥିଲେ। ଧମକ ମାମଲା ସାମ୍ନାକୁ ଆସିବା ମାତ୍ରେ ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ଗତ ଅକ୍ଟୋବର ମାସରେ ରୋହିଣୀ ଅଞ୍ଚଳର ଏକ ସ୍କୁଲରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଥିଲା। ତେଣୁ ଏବେ ପୁଣି ଥରେ ସ୍କୁଲକୁ ଧମକ ଆସିବା ପରେ ଦିଲ୍ଲୀର ସ୍କୁଲ ଗୁଡ଼ିକାରେ ବଢ଼ିଛି ସୁରକ୍ଷା ଚିନ୍ତା। Post navigation ନବରଙ୍ଗପୁର ‘ମଣ୍ଡେଇ ୨୦୨୪’ ର ଉଦ୍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଦ୍ରୋହୀଙ୍କ ଦଖଲରେ ସିରିଆ; ଦେଶ ଛାଡ଼ି ରୁଷ୍ରେ ଶରଣ ନେଲେ ସିରିଆ ରାଷ୍ଟ୍ରପତି