ତାମିଲନାଡୁର ଡିଣ୍ଡିଗୁଲରେ ଥିବା ଏକ ଘରୋଇ ହସ୍ପପିଟାଲରେ ଭୟାଭୟ ଅଗ୍ନିକାଣ୍ଡ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ଅଗ୍ନିଶମ ବାହିନୀ । ଏହି ଭୟାବହ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୯ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ୩ ଜଣ ମହିଳା ଅଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣାପଡ଼ିନାହିଁ। ଡାକ୍ତରଙ୍କ ସହ ପରାମର୍ଶ ପରେ ପରିଚୟ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୦ଟାରେ ଡିଣ୍ଡିଗୁଲ ଜିଲ୍ଲାର ତିରୁଚି ରୋଡରେ ଥିବା ୪ ମହଲା ବିଶିଷ୍ଟ ସିଟି ହସ୍ପପିଟାଲର ତଳ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ଏହା ଧୀରେଧୀରେ ପୂରା ହସ୍ପିଟାଲକୁ ବ୍ୟାପି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା ଅଗ୍ନିଶମ ବାହିନୀ । ହସ୍ପିଟାଲ ଭିତରେ ଫସି ରହିଥିବା ପ୍ରାୟ ୧୦୦ ଲୋକଙ୍କୁ ଉଦ୍ଧାର କରିବା ପାଇଁ ୩ଟି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ୧୦ଟି ସରକାରୀ ଆମ୍ବୁଲାନ୍ସ ଓ ୩୦ଟି ଘରୋଇ ଆମ୍ବୁଲାନ୍ସ ଜରିଆରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ରିସେପ୍ସନ୍ ଅଞ୍ଚଳରେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା। Post navigation ‘ୱାନ ନେସନ, ୱାନ ଇଲେକ୍ସନ’ ବିଲ୍କୁ କେନ୍ଦ୍ରର ମଞ୍ଜୁରୀ ଆରବିଆଇକୁ ବୋମାରେ ଉଡାଇ ଦେବାକୁ ଧମକ