ଭରତପୁର ଥାନାର କଳଙ୍କ ନ ଲିଭୁଣୁ ପୁଣି ବାଲିପାଟଣା ଥାନା ଅଧିକାରୀଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନା ଭିତରେ ପୁରାଇ ନିର୍ଧୂମ ମାଡ ମାରିବା ଘଟଣା ପୁଣି ପୁଲିସର ଅପାରଗତାକୁ ପଦାରେ ପକାଇ ଦେଇଛି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନାରେ ଦେଖୁବାକୁ ମିଳିଛି । ସେପ୍ଟେମ୍ବର ୧ ତାରିଖରେ ବାଲିପାଟଣା ଥାନାରେ ଜଣେ ବ୍ୟକ୍ତିଙ୍କୁ ଥାନା ଅଧିକାରୀ ଓ ସବ- ଇନ୍ସପେକ୍ଟର ମାଡ଼ ମାରିଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ ।

ମାଡ ଖାଇଥିବା ଯୁବକ ଜଣଙ୍କ ହେଲେ ବିଜୟ କୁମାର ଷଡଙ୍ଗୀ । ଏନେଇ ସେ ଡେପୁଟି କମିଶନର ଓ ପୁଲିସ ମହାନିର୍ଦ୍ଦେଶଙ୍କୁ ଭେଟିଥିଲେ ମଧ୍ୟ ତାଙ୍କୁ କେହି ନ୍ୟାୟ ଦେଲେ ନାହିଁ । ଏନେଇ ସେ ମଙ୍ଗଳବାର ଦିନ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଆଗକୁ ଦେଖୁବାର କଥା ବାଲିପାଟଣା ଥାନାର ଇନ୍ସପେକ୍ଟର ଓ ସବ୍ ଇନ୍ସପେକ୍ଟରଙ୍କ ବିରେ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ସୂଚନାଯୋଗ୍ୟ ଯେ, ପୂର୍ବ ବିବାଦରୁ ଘଟିଥିବା ଏକ ବିବାଦ ଘଟଣାରେ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସ୍ଥାନୀୟ ଯୁବକମାନେ ବାଲିପାଟଣା ଥାନା ଘେରାଉ କରିବାକୁ ଯୋଜନା କରିଥିଲେ । ସ୍ଥାନୀୟ ଲୋକମାନେ ଥାନା ଘେରାଉ କରିବାକୁ ଯୋଜନା କରୁଥିଲେ। ସେହି ସମୟରେ ବିଜୟ କୁମାର ଷଡଙ୍ଗୀ ନାମକ ବ୍ୟକ୍ତି ଉତ୍ତେଜିକ୍ତ ଲୋକଙ୍କୁ ଥାନା ଘେରାଉ ନକରିବାକୁ ବୁଝାସୁଝା କରୁଥିଲେ । ହେଲେ ଘଟଣାସ୍ଥଳରେ ପୁଲିସ ପାହଞ୍ଚି ଥାନାକୁ ବିଜୟଙ୍କୁ ନେଇଯାଇଥିଲା। ସେଠାରେ ସବ-ଇନ୍ସ ପେକ୍ଟରଙ୍କ ମାଡ଼ ସମେତ ଖୋଦ ଥାନା ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ବିଜୟ। ଏ ନେଇ ଡେପୁଟି କମିସନରଙ୍କଠାରୁ ଆରମ୍ଭ କରି ପୁଲିସ ମହା ନିର୍ଦ୍ଦେଶକଙ୍କୁ ଭେଟିଛନ୍ତି ଅଭିଯୋଗକାରୀ ବିଜୟ। ନ୍ୟାୟ ନ ମିଳିବାରୁ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା କ‌ହିଛନ୍ତି। ନ୍ତି। ଆଗକୁ ଦେଖୁବାର କଥା ଆଇଆଇସି ଓ ସବ୍ ଇନ୍ଟପେକ୍ଟରଙ୍କ ବି ରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *