ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇପିଏସ) ଗତ ଶନିବାର ରାତିରେ ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବା ଅଭିଯୋଗ ମିଳିଥିଲା। ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବବ୍ୟହାର କରିବା ସହ ମହିଳା ଅଧିକାରୀଙ୍କୁ ଘରୁ ଟାଣି ଆଣିଥିବା ଅଭିଯୋଗ ହୋଇଥିଲା। ସେ ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗରେ ଡିଆଇଜି ଭାବରେ କାର୍ଯ୍ୟରତ ଥିଲେ।

ବିଶୃଙ୍ଖଳିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେବା ପରେ ସଂପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ଘଟଣା ସମ୍ପର୍କରେ ଅବଗତ ହୋଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ, ମହିଳା ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସରେ ଉତ୍ପାତ କଲେ ବରିଷ୍ଠ ଆଇପିଏସ୍ ଅଧିକାରୀ। ଇନ୍ସପେକ୍ଟରଙ୍କ ସ୍ବାମୀଙ୍କୁ ମାରପିଟ କରିବା ସହିତ ଘରର ଆସବାବପତ୍ର ଭଙ୍ଗାରୁଜା କଲେ। ବିବାହିତା ଇନ୍ସପେକ୍ଟରଙ୍କୁ ବାହା ହେବାକୁ ଜିଦ ଧରିଲେ । ଏମିତି ଏକ ଘଟଣା ରାଜଧାନୀ ପୁଲିସ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ଆଇପିଏସ୍ ଅଧିକାରୀଙ୍କ ବୟସ ପ୍ରାୟ ୫୦ ବର୍ଷ ଓ ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । ଛୁଆଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି। ଇନ୍ସପେକ୍ଟର ଜଣଙ୍କ କ୍ରାଇମବ୍ରାଞ୍ଚ୍ ଅଧିନରେ ଏକ ଶାଖାରେ କାମ କରନ୍ତି । ଆଇପିଏସ୍ ଅଧିକାରୀ ଓ ଇନ୍ସପେକ୍ଟରଙ୍କ ମଧ୍ୟ ୫ ବର୍ଷ ହେଲା ଗୋପନ ପ୍ରେମ ଚାଲିଥିଲା । ଇନ୍ସପେକ୍ଟରଙ୍କ ପ୍ରେମରେ ସବୁ ଭୁଲି ଯାଇଥିଲେ ଆଇପିଏସ୍ । ଲୋକଲଜ୍ଜା ଭୁଲି ଶନିବାର ରାତି ପ୍ରାୟ ୯ଟା ବେଳେ ସେ ଛୁଟିରେ ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସକୁ ଦେଖା କରିବାକୁ ଆସିଥିଲେ। ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ। ସେହି ସମୟରେ ଇନ୍ସପେକ୍ଟରଙ୍କ ସ୍ବାମୀ ଆସି ଘରେ ପହଞ୍ଚିଥିଲେ। ଇନ୍ସପେକ୍ଟର ସ୍ୱାମୀଙ୍କ ସହ ଆଇପିଏସ୍‌ଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ସେ ଏତଲା ଦେବାକୁ ଚାହୁଁଥିବା ବେଳେ ପୁଲିସ୍ ତାଙ୍କୁ ବୁଝାସୁଝା କରି ମାମଲା ଚାପି ଦେବାକୁ ଉଦ୍ୟମ କରିଥିଲା । ସେପଟେ ଆଇପିଏସ୍ ଜଣଙ୍କ ନିଶାରେ ଏମିତି କରିଥିବା କ୍ୟାପିଟାଲ୍ ଥାନା ପୁଲିସ୍ କହିଛି।

Leave a Reply

Your email address will not be published. Required fields are marked *