Semicon India 2025-First Made in India Chip Launched

ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ସେମିକନ ଇଣ୍ଡିଆ-୨୦୨୫ର ଚତୁର୍ଥ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ଏହି ଅବସରରେ ଦେଶରେ ପ୍ରସ୍ତୁତ ହୋଇଥିବା ପ୍ରଥମ ସେମିକଣ୍ଡକ୍ଟର ଚିପ୍‌କୁ ଲଞ୍ଚ କରାଯାଇଛି ।

ଦିଲ୍ଲୀ ସ୍ଥିତ ଯୋଶୋଭୂମି କନଭେନ୍ସନ ଠାରେ ଆୟୋଜିତ ସେମିକନ ଇଣ୍ଡିଆ-୨୦୨୫ର ଚତୁର୍ଥ ସଂସ୍କରଣରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଚିପ୍‌ ପ୍ରଦାନ କରିଛନ୍ତି ।

ଏହି ଅବସରରେ ସେ ‘ବିକ୍ରମ ୩୨’-ବିଟ୍‌ ପ୍ରୋସେସର୍‌ ଏବଂ ଅନ୍ୟ ୪ଟି ଅନୁମୋଦିତ ପ୍ରକଳ୍ପର ପରୀକ୍ଷା ଚିପ୍‌ ମଧ୍ୟ ପ୍ରଦାନ କରିଛନ୍ତି । ଏହା ଇସ୍ରୋର ସେମିକଣ୍ଡକ୍ଟର ଲ୍ୟାବ୍‌ରେ ପ୍ରସ୍ତୁତ କରାଯାଇଛି ।

ଓଡ଼ିଶାର ଏନଆଇଟି ରାଉରକେଲାରେ ପ୍ରସ୍ତୁତ ଦୁଇଟି ସେମିକଣ୍ଡକ୍ଟର ଏବଂ ଗୋଟିଏ ବ୍ରହ୍ମପୁର ମହାରାଜା ଇଞ୍ଜିନିୟରିଂ କଲେଜ ରେ ପ୍ରସ୍ତୁତ ସେମିକଣ୍ଡକ୍ଟର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

ଏହି ଅବସରେରେ OCAC ପକ୍ଷରୁ ପ୍ରସ୍ତୁତ ‘ଓଡ଼ିଶା ପାଭିଲିୟନ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପଣ କରିଛନ୍ତି ।

Semicon India 2025-First Made in India Chip Launched

By Nirvay

Leave a Reply

Your email address will not be published. Required fields are marked *