ଜମ୍ମୁ-କାଶ୍ମୀରରେ ଜେଲ୍ ଉପରେ ଆତଙ୍କୀ ହମ୍ଲା ଆଲର୍ଟ ।ଜମ୍ମୁ-କାଶ୍ମୀର ସେଣ୍ଟ୍ରାଲ୍ ଜେଲ୍ରେ ଆକ୍ରମଣ ଆଶଙ୍କା କରାଯାଇଛି। ଏନେଇ ଗୁଇନ୍ଦା ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ଏହା ପରେ ଆତଙ୍କବାଦୀ ଆକ୍ରମଣ ନେଇ ଜେଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜେଲ୍ ସୁରକ୍ଷା ନେଇ CISFକୁ ଦିଆଗଲା ଦାୟିତ୍ୱ । ଏହି ଜେଲଗୁଡ଼ିକରେ ଅତି ହାଇପ୍ରୋଫାଇଲର ଆତଙ୍କବାଦୀ କଏଦୀ ମାନେ ରହିଛନ୍ତି । ସେମାନଙ୍କ ସହଯୋଗୀ ତଥା ସ୍ଲିପରସେଲ ମାନେ ଏହି ଅଂଚଳରେ ସକ୍ରିୟ ରହିଥିବା ଜଣାପଡିଛି । ପହଲଗାମ ଆକ୍ରମଣ ସହ ଜଡିତ ଆତଙ୍କବାଦୀ ସହଯୋଗୀ ନିସାର ଓ ମୁସ୍ତାକଙ୍କୁ ନ୍ୟାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି ପକ୍ଷରୁ ପଚରାଉଚୁରା ଜାରି ରଖିଛି । ଏହି ବାବଦରେ CISFର ଡ଼ାଇରେକ୍ଟର ଜେନେରାଲ, ଶ୍ରୀନଗର ସିକ୍ୟୁରିଟି ଗ୍ରୀଡ଼ର ଉଚ୍ଚ ପଦାଧିକାରୀଙ୍କ ସହିତ ବୈଠକ କରି ସୁରକ୍ଷା ସମ୍ପର୍କିତ ଆଲୋଚନା କରିଥିଲେ । Post navigation ରାଜଧାନୀରେ ଲଜ୍ଜା; ମାଆ ଓ ନାବାଳିକା ଝିଅକୁ ଦୁଷ୍କର୍ମ ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ