ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ୍ ସୁପରଫାଷ୍ଟ ଏକ୍ସପ୍ରେସ। ପଶ୍ଚିମବଙ୍ଗର ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ହୋଇଛି ଲାଇନଚ୍ୟୁତ। ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । ସେଥିମଧ୍ୟରୁ ଦୁଇଟି ଯାତ୍ରୀବାହୀ କୋଚ୍ ଓ ଗୋଟିଏ ପାର୍ସଲ କୋଚ୍ ରହିଛି । ଏହି ଅଘଟଣରେ କେହି ମୃତାହତ ହୋଇନଥିବା ଜଣାପଡିଛି। କିନ୍ତୁ ୧୫ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚୁ ଲାଇନଚ୍ୟୁତ ବଗିରୁ ଯାତ୍ରୀମାନଙ୍କୁ ଉଦ୍ଧାର କରୁଛନ୍ତି । ଦକ୍ଷିଣ ପୂର୍ବ ରେଳ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଘଟଣାସ୍ଥଳରେ ରେଳବାଇ ପ୍ରଶାସନିକ କର୍ମଚାରୀ ପହଞ୍ଚିଛନ୍ତି। ହାଓଡ଼ା-ମୁମ୍ବାଇ ରେଳ ପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଅନ୍ୟପଟେ ସୁକନ୍ଦରାବାଦ-ସାଲିମାର ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ପରେ ଜାରି ହୋଇଛି ହେଲପଲାଇନ୍ ନମ୍ବର।  ଖଡଗପୁର ହେଲପ୍ ଲାଇନ୍ ନଂ- ୬୩୭୬୪ ଜାରି  ହୋଇଥିବା ବେଳେ ଖଡଗପୁର ଷ୍ଟେସନ ପକ୍ଷରୁ ହେଲପଲାଇନ୍ ନଂ ୦୩୨୨୨୯-୩୭୬୪ ରହିଛି ।

ସୂଚନା ଯୋଗ୍ୟ; ଆଜି ସକାଳେ ସିକନ୍ଦରାବାଦ-ଶାଲିମାର (୨୨୮୫୦) ସାପ୍ତାହିକ ଏକ୍ସପ୍ରେସର ୩ଟି ବଗି ଖଡ଼ଗପୁର ଡିଭିଜନର ନଲପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। ଏକ ନମ୍ବର ଲାଇନରୁ ଖସି ୨ନଂ ଲାଇନକୁ ମାଡ଼ିଯାଇଥିଲା ଟ୍ରେନ୍‌ । ଟ୍ରେନ୍‌ର ଗୋଟିଏ ପାର୍ସଲ କୋଚ୍ ସହ ୨ଟି ବଗି ଲାଇନଚ୍ୟୁତ ହୋଇଛି। ଫଳରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଦୁର୍ଘଟଣା ଯୋଗୁଁ ସେକ୍ସନର ୪ଟି ଲାଇନ ମଧ୍ୟରୁ ୩ଟି ସମ୍ପୂର୍ଣ୍ଣ ଭାବେ ଯାତାୟତ ପାଇଁ ବନ୍ଦ ରହିଛି। ଏହି ଦୁର୍ଘଟଣାରେ କେତେ ଯାତ୍ରୀ ଆହତ ହୋଇଛନ୍ତି କିମ୍ବା ରେଳବାଇର କେତେ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ମିଳିନଥିଲେ ମଧ୍ୟ ଦୁର୍ଘଟଣା ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 

Leave a Reply

Your email address will not be published. Required fields are marked *