କଟକ ଏସସିବି ମେଡିକାଲରେ ଦ୍ବିତୀୟ ଲିଭର ପ୍ରତିରୋପଣ ସଫଳତାର ଶେଷ ହୋଇଛି। ୯ ଘଣ୍ଟାର ଅପରେସନ ସଫଳ ହୋଇଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଅଞ୍ଚଳର ମାନସ ମୁଦୁଲି (୩୯)ଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି। ମାନସଙ୍କୁ ତାଙ୍କ ପତ୍ନୀ ଛବି ମଲ୍ଲିକ ଲିଭର ଦାନ କରିଛନ୍ତି। ଅପରେସନ୍ ପରେ ଉଭୟ ଆଇସିୟୁରେ ଅଛନ୍ତି।

ପ୍ରଫେସର ଡାକ୍ତର ବାଲଚନ୍ଦ୍ରନ ମେନନଙ୍କ ନେତୃତ୍ୱରେ ଏଆଇଜି ହାଇଦ୍ରାବାଦରୁ ଆସିଥିବା ୪ ଜଣିଆ ଡାକ୍ତରୀ ଟିମଙ୍କ ସହ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଯକୃତ ପ୍ରତିରୋପଣ ବିଭାଗର ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ରାଜେଶ କୁମାର ଦୋରା, ନିଶ୍ଚେତକ ବିଭାଗ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ପଲାଇ, ସର୍ଜରୀ ବିଭାଗ ଆସୋସିଏଟ ପ୍ରଫେସର ଡାକ୍ତର ଲକ୍ଷ୍ମୀ ନାରାୟଣ ମହାନ୍ତି ଓ ନିଦାନ ବିଭାଗର ପ୍ରଫେସର ଡାକ୍ତର କୌମୁଦୀ ପଟନାୟକ ପ୍ରମୁଖ ଉପସ୍ଥିତ ରହି ଅସ୍ତ୍ରୋପଚାର କରିଥିଲେ।

Leave a Reply

Your email address will not be published. Required fields are marked *