ଆତ୍ମହତ୍ୟା ପାଇଁ ଚିଠି ଲେଖିଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଏସ୍‌ଡିପିଓ ବ୍ରଜମୋହନ ପ୍ରଧାନ । IGଙ୍କୁ ଚିଠି ଲେଖିଲେ ଜଳେଶ୍ବର ଏସ୍‌ଡିପିଓ ବ୍ରଜମୋହନ ପ୍ରଧାନ । ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଆଉ କାମରେ ଚାପ ଦିଆଯାଉଥିବା ଅଭିଯୋଗ କରି ଚିଠି ଲେଖିଥିବା ଜଣାପଡିଛି । ଏହା ସହ ଏପରିକି ଜେନେରାଲ ମିଟିଂରେ ଇନ୍ସପେକ୍ଟରଙ୍କ ଆଗରେ ତାଙ୍କୁ ଅପମାନିତ କରୁଛନ୍ତି । ଏହି ସବୁ ସମସ୍ୟାର ସମାଧାନ ନହେଲେ ଜୀବନ ହାରିବାକୁ ଧମକ ଦେଇଛନ୍ତି ଏସ୍‌ଡିପିଓ।

ଜିଲ୍ଲାପାଳ, ଏସ୍‌ପି ମାନସିକ ନିର୍ଯାତନା ସହ ନିଲମ୍ବନର ଭୟ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଏସ୍‌ଡିପିଓ । ବାଲେଶ୍ୱର ହେଡକ୍ୱାର୍ଟରରେ DSP ଦାୟିତ୍ୱ ତୁଲାଉଥିଲା ବେଳେ ପୁଣି ଜଳେଶ୍ୱରରେ ଏସ୍‌ଡିପିଓ ଦାୟିତ୍ୱ ତୁଲାଉଛନ୍ତି ।

Leave a Reply

Your email address will not be published. Required fields are marked *