ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ବରଗଡ଼ ସହରରେ ସକାଳ ସମୟରେ ହେବ ପାଠପଢ଼ା । ଧନୁଯାତ୍ରା ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି । ସମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ଶିକ୍ଷା ବିଭାଗ ଆସନ୍ତା ୬ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ସହରରେ ରହିଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢା ସମୟକୁ ପରିବର୍ତ୍ତନ କରିଛି।

ମହୋତ୍ସବ ସରିବା ପାଇଁ ଆଗକୁ ଆହୁରି ୮ଦିନ ବାକି ରହିଛି। ମାତ୍ର କେଇଟା ଦିନ ପାଇଁ ମଥୁରାନଗୀର ଏବଂ ଗୋପପୁର ପାଲଟିଥିବା ବରଗଡ଼ ଜିଲ୍ଲାକୁ ଏବେ କାହିଁ କେତେ ଆଡ଼ୁ ଦର୍ଶକ ଧାଇଁ ଆସୁଛନ୍ତି । ଏହି ସମୟରେ ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀମାନେ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଭିଡ଼ ଓ ଟ୍ରାଫିକ୍ ସମସ୍ୟାକୁ ଦେଖି ବରଗଡ଼ରେ ବିଦ୍ୟାଳୟ ସମୟକୁ ବଦଳାଇ ଦିଆଯାଇଛି । ଯାହା ପରେ ଧନୁଯାତ୍ରା ଶେଷ ହେବା ଯାଏଁ ସକାଳୁଆ ବିଦ୍ୟାଳୟ ଖୋଲିବାକୁ ଜିଲ୍ଲା ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ବରଗଡ଼ ଜିଲ୍ଲାରେ ଆଜିଠାରୁ ସକାଳ ୮ଟାରୁ ବିଦ୍ୟାଳୟ ଖୋଲିବ ଏବଂ ଦିନ ଗୋଟାଏରେ ବିଦ୍ୟାଳୟ ଛୁଟି ହେବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

Leave a Reply

Your email address will not be published. Required fields are marked *