ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଇ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ବହିଷ୍କୃତ । କଲେଜ କାଉନସିଲ ବୈଠକରେ ନିଷ୍ପତ୍ତି ପରେ ବହିଷ୍କୃତ ହୋଇଥିବା ସୂଚନା । ୩ ଜଣିଆ ତଦନ୍ତ କମିଟିର ରିପୋର୍ଟ ପରେ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ବହିଷ୍କୃତ କରାଯାଇଥିବା ସୂଚନା ଦେଲେ ଏସ୍ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର । ସୂଚନା ମୁତାବକ; ଏସ୍ସିବି ଇକୋ’ ପରୀକ୍ଷା କରିବାକୁ କହି ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଗତ ୧୧ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। କଟକ କମିସନରେଟ ପୁଲିସ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। Post navigation ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇଁ ଦାବି କଲା କଂଗ୍ରେସ ଓଡ଼ିଶାର ନାରୀଶକ୍ତିଙ୍କ ହାତମୁଠା ଅଧିକ ମଜଭୁତ ହେବ: ଧର୍ମେନ୍ଦ୍ର ପ୍ରଧାନ