ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ(ଓଓଏ)ର ସଭାପତି ଭାବେ ଦାୟିତ୍ବ କଲେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ୨୦୨୯ ଯାଏ ସେ ଓଓଏର ସଭାପତି ହୋଇ ରହିବେ । ଦାୟିତ୍ବ ଗ୍ରହଣ ପରେ ନୂଆ ସଭାପତି ସମୀର ମହାନ୍ତିଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଏହା ମୋ ଜୀବନର ବଡ଼ ଉପଲବ୍ଧି । ରାଜ୍ୟବାସୀ ଖୁସି ହେବେ । ଅଲିମ୍ପିକ୍ସ ପାଇଁ ଓଡ଼ିଶାରୁ ଅଧିକ ପିଲା ସୃଷ୍ଟି କରିବା ଲକ୍ଷ୍ୟ।

ସୂଚନା ଯୋଗ୍ୟ; ଓଓଏର ନିର୍ବାଚନ ପ୍ରକ୍ରିୟା ଗତ ଫେବ୍ରୁଆରି ୨୭ତାରିଖରୁ ଆରମ୍ଭ ହୋଇଥିଲା। ସଂଘର ଅଧିନିୟମ ଅନୁସାରେ ଅଲିମ୍ପିକ ସଂଘର ଗୋଟିଏ ସଭାପତି, ଗୋଟିଏ ସାଧାରଣ ସମ୍ପାଦକ, ୬ଟି ଉପସଭାପତି, ଦୁଇଟି ଯୁଗ୍ମ ସମ୍ପାଦକ, ଗୋଟିଏ କୋଷାଧ୍ୟକ୍ଷ, ୧୧ଟି କାଉନ୍‌ସିଲ ସଦସ୍ୟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଚଳିତ ମାସ ୧୭ ତାରିଖ ପ୍ରାର୍ଥୀପତ୍ର ଦାଖଲ ଏବଂ ୧୯ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚର ଶେଷ ତାରିଖ ରହିଥିଲା। ସମୀର ମହାନ୍ତି ଅପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ଭାବେ ମନୋନୀତ ହୋଇଥିଲେ। ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *