ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ବାନ୍ଦ୍ରାସ୍ଥିତ ଗ୍ୟାଲାକ୍ସି ଆପାର୍ଟମେଂଟରେ ସୁରକ୍ଷାରେ ତ୍ରୁଟି ହୋଇଛି। ସଲମାନ ଖାନଙ୍କ ଗାଲାକ୍ସି ଘରେ ପଶିଲେ ଜଣେ ଅପରିଚିତ ମହିଳାଙ୍କ ସମେତ ଜଣ ବ୍ୟକ୍ତି । ସଲମାନଙ୍କ ସୁରକ୍ଷାକର୍ମୀ ଉକ୍ତ ମହିଳାଙ୍କୁ ଧରିବା ସହ ପୋଲିସର ହସ୍ତାନ୍ତର କରିଥିଲେ । ଯାହା ପରେ ମୁମ୍ୱାଇ ପୋଲିସ ସେହି ମହିଳାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ବେଆଇନ ଅନୁପ୍ରବେଶ ନେଇ ମାମଲା ରୁଜୁ କରାଯାଇଛି। ମହିଳାଙ୍କ ନାମ ଇଶା ଛାବ୍ରା। ସେହିପରି ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମ ଜିତେନ୍ଦ୍ର କୁମାର ସିଂହ ବୋଲି ଜଣାପଡ଼ିଛି।

ସୂଚନାଥାଉକି, ଏହା ସଲମାନ ଖାନଙ୍କ ସୁରକ୍ଷାରେ ଉଲ୍ଲଂଘନର ଦ୍ୱିତୀୟ ଘଟଣା। ସଲମାନ ଖାନଙ୍କୁ ପୂର୍ବରୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଅନେକ ଧମକ ମିଳିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ମଧ୍ୟ ଏଭଳି ସ୍ଥିତିରେ ସଲମାନଙ୍କ ଘରେ ଜଣେ ଅଜଣା ମହିଳା ପହଞ୍ଚିବା ଚିନ୍ତାର ବିଷୟ ପାଲଟିଛି।

ଏହା ପୂର୍ବରୁ ମଧ୍ୟ ଜିତେନ୍ଦ୍ର କୁମାର ସିଂହ ଜଣେ ବ୍ୟକ୍ତି ଘର ଗାଲାକ୍ସି ଆପାର୍ଟମେଣ୍ଟରେ ବେଆଇନ ଭାବରେ ପ୍ରବେଶ କରିଥିଲେ।

Leave a Reply

Your email address will not be published. Required fields are marked *