ଭୁବନେଶ୍ବର ସାଲିଆ ସାହିରେ ବୁଲିଲା ବୁଲଡୋଜର । ଆରମ୍ଭ ହେଲା ସାଲିଆ ସାହିରେ ଉଚ୍ଛେଦ । ବିଏମ୍‌ସି ଓ ବିଡିଏ ମିଳିତ ଟିମ୍ ପକ୍ଷରୁ ସାଲିଆ ସାହିରେ ଉଚ୍ଛେଦ । ଏକାମ୍ର କାନନରୁ ଅନ୍ଧାରୁଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦ କରାଯାଉଛି। ପାଖାପାଖି ୫୧୭ ଘର ଉଚ୍ଛେଦ କରିବ ମିଳିତ ଟିମ୍ । ଏଥିପାଇଁ ଘଟଣାସ୍ଥଳରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଉଚ୍ଛେଦ ପାଇଁ ବିଏମସି ପକ୍ଷରୁ ୬୦ଜଣିଆ ଏନଫୋର୍ସମେଣ୍ଟଟିମ୍, ଶହେ କର୍ମଚାରୀ ନିୟୋଜିତ କରାଯାଇଛି। ବିଏମସି ପକ୍ଷରୁ ଭଙ୍ଗାଯିବାକୁ ଥିବା ଘର ଗୁଡ଼ିକୁ ଚିହ୍ନଟ କରାଯାଇଛି। ଗତକାଲି ଡାକବାଜି ଯନ୍ତ୍ର ଘର ଘର ବୁଲି ଏ ସମ୍ପର୍କରେ ଅବଗତ କରାଇଛି। ନିଜ ନିଜର ଆସବାବପତ୍ର ବାହାର କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *