ବଲିଉଡ଼ର ବିଶିଷ୍ଟ ଅଭିନେତା ସୈଫ ଅଲି ଖାନ୍‌ଙ୍କୁ ଆକ୍ରମଣ। ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଛନ୍ତି। ପାଖାପାଖି ୨ରୁ ୩ ଥର ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି। ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଆକ୍ରମଣ କରିଥିବାର ସୂଚନା ମିଳୁଛି। ଅଭିନେତାଙ୍କୁ ଛୁରାମାଡ଼ କରି ୪ ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇସ୍ଥିତ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଖବର ପାଇ ପୋଲିସ ବାନ୍ଦ୍ରାସ୍ଥିତ ବାସଭବନରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହିତ ସିସିଟିଭି ଫୁଟେଜରୁ ଆକ୍ରମଣକାରୀ ବିଷୟରେ ଯାଞ୍ଚ କରୁଛି।

ସୂଚନାମୁତାବକ ସୈଫ ଅଲି ଖାନଙ୍କ ବାସଭବନରେ ୪ ଜଣ ଯୁବକ ଲୁଟ ଉଦ୍ଦେଶ୍ୟରେ ପଶିଥିଲେ। ଏହି ସମୟରେ ସୈଫ୍ ଅଲ୍ଲୀ ଖାନ ତାଙ୍କୁ ଧରିବା ପାଇଁ ଉଦ୍ୟମ କରିଥିବା ବେଳେ ଦୁର୍ବୃତ୍ତ ତାଙ୍କୁ ଛୁରା ମାଡ କରିଥିଲେ । ଆଉ ସୈଫ୍ ଙ୍କୁ ଆଘତ ଲାଗିଛି । ସୈଫଙ୍କୁ ଆକ୍ରମଣ ସମୟରେ ଘରେ ତାଙ୍କ ସ୍ତ୍ରୀ କରିନା କପୂର ଖାନ ଓ ତାଙ୍କ ୨ ପୁତ୍ର ମଧ୍ୟ ଉପସ୍ଥିତ ଥିଲେ। ଘରର ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ଜଣା ପଡ଼ିଛି। ପୋଲିସ ପହଞ୍ଚି ତଦନ୍ତ ସହିତ ସିସିଟିଭି ଫୁଟେଜରୁ ଆକ୍ରମଣକାରୀ ବିଷୟରେ ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *