ପ୍ରସିଦ୍ଧ ଶିଳ୍ପପତି ରୁଚି ମସଲାର ପ୍ରତିଷ୍ଠାତା ଡଃ ଶରତ ଚନ୍ଦ୍ର ସାହୁଙ୍କ ପରଲୋକ। ମୁମ୍ବାଇର ଲିଳାଵତୀ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦେହାନ୍ତ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଓଡିଶା ମସଲାକୁ ଦେଶ ବିଦେଶରେ ଲୋକପ୍ରିୟ କରିଥିଲେ ଶରତ ଚନ୍ଦ୍ର ସାହୁ ।

କିଛି ମାସ ହେବ ସେ କ୍ୟାନସରରେ ପୀଡ଼ିତ ଥିଲେ। ସେଥି ପାଇଁ ତାଙ୍କର ଚିକିତ୍ସା ଚାଲିଥିଲା। ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଯୋଗ୍ୟ; ଓଡିଶା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସଭା (OASME)ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିବା ସାହୁ, ଓଡିଶାରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ତାଙ୍କର ପ୍ରୟାସ ପାଇଁ ବହୁଳ ଭାବରେ ଜଣାଶୁଣା ଥିଲେ।ସେ ଅଏଲ୍‌ ଆଣ୍ଡ ଫ୍ଲୋର ମିଲ୍ସ’ ନାମକ ଏକ ଛୋଟ ଉଦ୍ୟୋଗ କଟକ ଶିଳ୍ପାଞ୍ଚଳରେ ଆରମ୍ଭ ହୋଇଥିଲା। ଏହି ଛୋଟ ଉଦ୍ୟୋଗ ୧୯୭୬ ମସିହାରେ ଆରମ୍ଭ ହୋଇ ଆଗକୁ ବଢ଼ିଥିଲା। ଏହି କଂପାନିର ୪୯ ବର୍ଷର ଯାତ୍ରା ଆରମ୍ଭରୁ ହଳଦୀ ଗୁଣ୍ଡ ଉତ୍ପାଦନ କରୁଥିଲା। ଧୀରେଧୀରେ ବ୍ୟବସାୟ ବଢ଼ିବାରୁ ବିଭିନ୍ନ ମସଲା ଉତ୍ପାଦନ କରିଥିଲା।

ତାଙ୍କ ନେତୃତ୍ୱରେ, ରୁଚି ଫୁଡଲାଇନ୍ ଏକ କ୍ଷୁଦ୍ର ଉଦ୍ୟୋଗରୁ ରାଜ୍ୟର ପ୍ରମୁଖ ଖାଦ୍ୟ ଉତ୍ପାଦନକାରୀ କମ୍ପାନୀ ମଧ୍ୟରୁ ଗୋଟିଏରେ ପରିଣତ ହୋଇଥିଲା, ଫ୍ରୋଜିଟ୍ ବ୍ରାଣ୍ଡ ଅଧୀନରେ ମସଲା, ଖାଦ୍ୟ ତେଲ, ମଇଦା, ନୁଡୁଲ୍ସ ଏବଂ ଫ୍ରୋଜିଟ୍ ପ୍ରସ୍ତୁତ ଖାଦ୍ୟ ସମେତ ବିଭିନ୍ନ ଉତ୍ପାଦ ଉତ୍ପାଦନ କରିଥିଲା।

Leave a Reply

Your email address will not be published. Required fields are marked *