ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ)ର କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି । ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ ସାମିଲ ହେବେ। ୫୮ ବର୍ଷ ପୁରୁଣା ପ୍ରତିବନ୍ଧକକୁ ହଟାଇଲେ ମୋଦୀ ସରକାର। ଏ ନେଇ ଆରଏସଏସ ସକାରାତ୍ମକ ପ୍ରତିକ୍ରିୟା ରଖିଛି। ସଂଗଠନ ରାଷ୍ଟ୍ର ପୁନଃନିର୍ମାଣ ତଥା ସମାଜସେବା ପାଇଁ ଗତ ୯୯ ବର୍ଷ ହେଲା ହେଲାଣି ସର୍ବଦା ତତ୍ପର ବୋଲି କହିଛି। ସୂଚନା ଅନୁଯାୟୀ, ପୂର୍ବ ସରକାରଙ୍କ ଦ୍ୱାରା ୧୯୬୬, ୧୯୭୦ ଏବଂ ୧୯୮୦ର ସେହି ନିର୍ଦ୍ଦେଶରେ ସଂଶୋଧନ କରାଯାଇଛି। ଯେଉଁଥିରେ ଅନ୍ୟ କେତେକ ଅନୁଷ୍ଠାନ ସହିତ ଆରଏସ୍ଏସ୍ ଶାଖା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ସରକାରୀ କର୍ମଚାରୀଙ୍କ ଉପରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ଲାଗୁ କରାଯାଇଥିଲା । Post navigation ଅନ୍ତର୍ଜାତୀୟ ହକିରୁ ଭାରତୀୟ ଗୋଲକିପର ପିଆର୍ ଶ୍ରୀଜେଶଙ୍କ ଅବସର ଘୋଷଣା ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍; ୪ ଗୋଷ୍ଠୀଙ୍କୁ ଦିଆଯାଇଛି ପ୍ରାଧାନ୍ୟ