ଆଜି ଏକ ନାଟକୀୟ ଘଟଣାକ୍ରମରେ ଓଡ଼ିଶା ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେଇଛନ୍ତି । ମିଜୋରାମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଓଡ଼ିଶା ରାଜ୍ୟପାଳ ରୂପେ ନିଯୁକ୍ତି ମିଳିଛି । ନୂତନ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ସ୍ତରରେ କିଛି ଅଦଳବଦଳ କରିବା ସହ ନୂତନ ରାଜ୍ୟପାଳଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି । ମିଜୋରାମ ରାଜ୍ୟପାଳ ହେଲେ ଜେନେରାଲ୍ ଭି.କେ ସିଂହ, ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର କେରଳ ରାଜ୍ୟପାଳ, ବିହାର ରାଜ୍ୟପାଳ ହେଲେ ଆରିଫ୍ ମହମ୍ମଦ ଖାନ୍, ମଣିପୁର ରାଜ୍ୟପାଳ ଭାବେ ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ନିଯୁକ୍ତ । Post navigation ପ୍ରକାଶ ପାଇଲା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ; ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ ଭାରତ ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍ଯାପନୀକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ