ଛତିଶଗଡର ଗରିଆବନ୍ଦ ଗୋବରା ଓ ପେଣ୍ଡ୍ରା ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବାବେଳେ ଏ ସମ୍ପର୍କରେ ଜାଣିପାରି ସିଆର୍‌ପିଏଫ୍‌ ଯବାନ ଓ ଛତିଶଗଡ଼ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍‌ କରିଥିଲେ। ସେହି ସମୟରେ ମେଟାଲ୍‌ ଡିଟେକ୍ଟରରେ ସିଗ୍‌ନାଲ୍‌ ଦେଖାଇଥିଲା। ଏହା ପରେ ଖୋଲାଖୋଳି ମାଟି ତଳେ ପୋତା ଯାଇଥିବା ୩୮ ଲକ୍ଷ ଟଙ୍କା ଟଙ୍କା ଜବତ କରାଯାଇଛି। ପ୍ରାୟ ୧୦ ଫୁଟ୍‌ ଗାତ ଖୋଳି ନକ୍ସଲମାନେ ଟଙ୍କା ଲୁଚାଇ ରଖିଥିଲେ। ଏଥିସହ ବହୁତ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ମିଳିଥିବା ୩୮ ଲକ୍ଷ ଟଙ୍କା ମଧ୍ୟରେ ରହିଛି ୬ ବଣ୍ଡଲ ୨ ହଜାରିଆ ନୋଟ ରହିଛି। ତେବେ ବିମୁଦ୍ରୀକରଣ ବେଳେ ନକ୍ସଲମାନେ ଟଙ୍କା ବଦଳାଇ ପାରିନଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *