ରାଜଧାନୀର ବିବାହ ମଣ୍ଡପରୁ କନ୍ୟାର ଗିଫ୍ଟ ଚୋରି କରି ଚମ୍ପଟ୍‌ । ଗିଫ୍ଟ ବ୍ୟାଗରେ ଥିବା ସାଢ଼େ ୩ ଲକ୍ଷ ଟଙ୍କା ନେଇ ଚୋର ଛୁ ।ବରଯାତ୍ରୀ ବେଶରେ ଆସି ଟଙ୍କା ବ୍ୟାଗ୍ ନେଇ ଚମ୍ପଟ୍‌ ମାରିଲା ଭଦ୍ରମୁଖା ପିନ୍ଧା ଚୋରା । ତେବେ ଚୋରିର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ ଲୁଟ୍ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଯୋଗ୍ୟ; ଶନିବାର ରାତିରେ ଭୁବନେଶ୍ୱରର ଏକ ତାରକା ହୋଟେଲ ଏକ ବିବାହ ଉତ୍ସବ ଚାଲିଥିଲା। ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଅନେକ ଅତିଥି ମଧ୍ୟ ଆସିଥିଲେ। ଏହି ସମୟରେ ଉଭୟ ଦମ୍ପତିଙ୍କୁ ଅନେକ ଉପହାର ମିଳିଥିଲା। ସମସ୍ତ ବିବାହ ଉତ୍ସବରେ ବ୍ୟସ୍ତ ଥିବା ବେଳେ ଜଣେ ଭଦ୍ରମୁଖା ଲୁଟେରା ମଣ୍ଡପ ଭିତରେ କୌଣସି କ୍ରମେ ପଶିଯାଇଥିଲା। ସେଠାରେ ଖାଇ-ପିଇ ଝିଅକୁ ମିଳିଥିବା ଗିଫ୍ଟ ନେଇ ଚମ୍ପଟ ମାରିଥିଲା। ତେବେ ଲୁଟ୍ କାରବାରର ସମସ୍ତ ଘଟଣା ସିସିଟିଭିରେ କଏଦ ହେବା ସହିତ ଘଟଣାର ତଦନ୍ତ କରୁଛି ପୋଲିସ।

Leave a Reply

Your email address will not be published. Required fields are marked *