ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ। ରୋମନିଆର ଯୁବକ ମନ୍ଦିର ଭିତରେ ପଶିଆସିଥିଲେ । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ଥାନାରେ ଜିମା ଦେଇଥିଲେ । ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି। ଅପରପକ୍ଷେ ଅଣ ହିନ୍ଦୁ ପ୍ରବେଶ ପରେ ମନ୍ଦିରର ସୁଦ୍ଧିକରଣ କରାଯାଇଛି । ଅନ୍ୟପକ୍ଷରେ ସମ୍ପୃକ୍ତ ବ୍ୟକ୍ତି ଜଣକ ମନ୍ଦିର ଭିତରକୁ କିପରି ପ୍ରବେଶ କଲେ ଏବଂ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ କିପରି ତାଙ୍କୁ ଜାଣିପାରିଲେ ନାହିଁ ଏ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ସୂଚନା ଯୋଗ୍ୟ; ଆଜି ଦିନ ପ୍ରାୟ ୧୨ ଟା ୩୦ ସମୟରେ ଜଣେ ଅଣହିନ୍ଦୁ ବିଦେଶୀ ନାଗରିକ ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ କରିଥିଲେ । ତାଙ୍କର ଗତିବିଧିକୁ ସେବାୟତ ଦେଖିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା । ତାଙ୍କ ପରିଚୟ ପତ୍ର ଯାଞ୍ଚ କରିବା ପରେ ସେ ରୋମାନିଆର ନାଗରିକ ହୋଇଥିବାବେଳେ ତାଙ୍କ ନାଁ ଏଣ୍ଡ୍ରି ଖ୍ରୀଷ୍ଟ୍ରିଆନ ବୋଲି ଜଣାପଡ଼ିଥିଲା । ଏହା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା ।

Leave a Reply

Your email address will not be published. Required fields are marked *