ଅପହରଣର ୪୮ ଘଣ୍ଟା ପରେ ଉଦ୍ଧାର ହେଲେ ରାଇସ୍ ମିଲ ମାଲିକ ଏ. ରମେଶ ପାତ୍ର । ଗତକାଲି ବିଳମ୍ବିତ ରାତିରେ କୋରାପୁଟ ପୁଲିସ୍ ମିଲ୍ ମାଲିକ ଏ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛନ୍ତି। ଅପହରଣ କରିଥିବା ତିନି ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନେ ବ୍ୟବହାର କରିଥିବା କାର ଜବତ ହୋଇଛି। ଏନେଇ କୋରାପୁଟ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। କିନ୍ତୁ ଅପହରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ସୂଚନା ମୂତାବକ ଗତ ଶୁକ୍ରବାର ରାତିରେ ରମେଶ ପେରାହାନ୍ଦି ମିଲରୁ ନିଜ ଘରକୁ ଫେରିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ନେଇଥିଲେ। ଅପହରଣ ପରେ ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କା ମାଗୁଥିଲେ । ଏ ନେଇ ପରିବାର ଲୋକ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ପୋଲିସର ୩ଟି ଟିମ୍ ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି କୋରାପୁଟ ଏସପି ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ । ଜୟପୁର ଓ ବୋରିଗୁମା ଏସଡିପିଓଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା । ଗତକାଲି ରାତିରେ ମିଲ ମାଲିକଙ୍କୁ ଉଦ୍ଧାର କରିଛି ପୋଲିସ । ଘଟଣାର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *