ଆଜି ବୁର୍ଲାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା ବୈଠକ କରିଛନ୍ତି। ବନ୍ୟା ନିୟନ୍ତ୍ରଣର ସମୀକ୍ଷା କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି। ଏଥିସହ ହୀରାକୁଦରୁ ପାଣି ନେଉଥିବା ଶିଳ୍ପ ସଂସ୍ଥାଠୁ ବକେୟା ଜଳକର ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ପୂଜାରୀ। ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ବକେୟା ଜଳକର ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାଣି ନେଉଥିବା ଶିଳ୍ପ ସଂସ୍ଥା କୋଟି କୋଟି ଟଙ୍କା ଦେଉନାହାନ୍ତି। ଶିଳ୍ପରୁ ବାହାରୁଥିବା ପ୍ରଦୂଷିତ ପାଣିକୁ ସିଧା ଡ୍ୟାମ୍ ଭିତରକୁ ଛାଡୁଛନ୍ତି। ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ବସାଇ ବିଶୋଧନ କରି ଜଳ ଛାଡ଼ିବା ଦରକାର ବୋଲି କହିଥିଲେ। Post navigation ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରିବାକୁ ଓଡ଼ିଶାରୁ ୱାଏନାଡ ଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ’ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଜୁଏଲ ଓରାମ