ବିପର୍ଯ୍ୟୟ ପରିଚାଳନା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜସ୍ବ ମନ୍ତ୍ରୀ । ୫୦୦ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ୨ ହଜାର କୋଟି ସହାୟତା ଦାବି ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଚିଠି ମାଧ୍ୟମରେ ରାଜ୍ୟବ୍ୟାପୀ ଆଗୁଆ ସତର୍କତା ପ୍ରସାରଣ ପ୍ରଣାଳୀ (EWDS) ପ୍ରକଳ୍ପର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ପାଇଁ ଦାବି । ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ ପାଇଁ ୮୩୬୩ କୋଟି ଦାବି ସହ ବିପର୍ଯ୍ୟୟ ଆଗୁଆ ସତର୍କ ସୂଚନା ଆଧୁନିକୀକରଣ ପାଇଁ ୨୦୦ କୋଟି ଦାବି କରାଯାଇଛି । ଏହା ସହ ସମୁଦ୍ର କୂଳ ଖାଉଥିବା ଅଞ୍ଚଳର ସୁରକ୍ଷା ପାଇଁ କେନ୍ଦ୍ର ଯୋଜନାରେ ଅନୁଦାନ ଦାବି କରିବା ସହ ବିପର୍ଯ୍ୟୟ ପରିଚାଳନା ନେଇ ଜାତୀୟ, ଆନ୍ତର୍ଜାତୀୟ ସହଯୋଗ ଲୋଡିଛନ୍ତି ରାଜସ୍ବ ମନ୍ତ୍ରୀ । ଏହାସହ ସୁରେଶ ପୂଜାରୀ କହିଛନ୍ତି, ପ୍ରତିବର୍ଷ ଜଳବାୟୁ ସମ୍ବନ୍ଧୀୟ ବିପଦର ବାରମ୍ବାର ଘଟଣା ଯୋଗୁଁ ବଡ଼ ଧରଣର କ୍ଷୟକ୍ଷତି ଏବଂ ଉପକୂଳ କ୍ଷୟ ଘଟୁଛି । ଲୋକଙ୍କ ଜୀବନ ଏବଂ ସମ୍ପତ୍ତିକୁ ରକ୍ଷା କରିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଜରୁରୀ ହୋଇପଡ଼େ । ରାଜ୍ୟକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଏବଂ ଏହାର ଲୋକଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଉପକୂଳ କ୍ଷୟକୁ ରକ୍ଷା କରିବା ପାଇଁ ଏହି ଦାବି କରାଯାଇଛି । Post navigation ଉପରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଭରିଲେ ଏନଡିଏ ପ୍ରାର୍ଥୀ ରାଧାକୃଷ୍ଣନ ଅନାସ୍ଥା ପୂର୍ବରୁ ଇସ୍ତାଫା ଦେଲେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ