ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ନିର୍ଯାତନା ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନାୟକ ତଦନ୍ତ ଦାବି କରିଛନ୍ତି। ତେବେ ଶ୍ରୀ ପଟ୍ଟନାୟକଙ୍କ ଏହି ଦାବିକୁ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କଟାକ୍ଷ କରିଛନ୍ତି।

ସେ କହିଛନ୍ତି, ୨୪ ତଦନ୍ତ କଲେ ହେଲେ ରିପୋର୍ଟ କୁଆଡେ ଗଲା। ନବୀନ ବାବୁ ନ୍ୟାୟିକ ତଦନ୍ତ କଥା କହୁଛନ୍ତି, କନ୍ଧମାଳ ତଦନ୍ତ ରିପୋର୍ଟ କୁଆଡ଼େ ଗଲା। ନବୀନ ବାବୁଙ୍କ ବେଳେ ୨୪ ନ୍ୟାୟିକ ତଦନ୍ତ ହେଲା, ରିପୋର୍ଟ କାହିଁ। ୨୪ ବର୍ଷ ଧରି ସରକାରରେ ରହିଲେ। ସେ ଚାହିଁଥିଲେ ହିଂସାମୁକ୍ତ ଓଡ଼ିଶା ଗଠନ ହୋଇପାରିଥାନ୍ତା। ନବୀନ ଆଦର୍ଶ ଥାନା କରୁଥିଲେ, ଆମ ସରକାର ଆଦର୍ଶ ପୋଲିସ ପାଇଁ ଚେଷ୍ଟା କରିବ। ନବୀନ ଯଦି ତାଙ୍କ ସମୟରେ ବୁଝୁଥାନ୍ତେ, ନାରୀ ନିର୍ଯାତନା ହୋଇନଥାନ୍ତା। ୨୪ ବର୍ଷ ଶାସନ କରି ନିଜେ ରାଜଧର୍ମ ପାଳନ କଲେନି, ଏବେ ଆସି ଶହେ ଦିନର ସରକାରକୁ ପାଠ ପଢ଼ାଉଛନ୍ତି।

ଏହି ଘଟଣା ନେଇ ରାଜ୍ୟବ୍ୟାପୀ ହଇଚୟୀ ସୃଷ୍ଟି କରିଥିବା ବେଳେ ଘଟଣା ଏବେ ରାଜନୈତିକ ମୋଡ଼ ନେଉଛି। ଏ ନେଇ ଶାସକ ଓ ବିରୋଧୀ ଦଳ ଦୋଷ ଲଦାଲଦି ଆରମ୍ଭ ହୋଇଗଲାଣି।

Leave a Reply

Your email address will not be published. Required fields are marked *