ପୌର ପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂ ଶେଷ ହୋଇଛି । ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଭୋଟିଂ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ମତଦାନ କରାଯାଇ ଫଳାଫଳ ଘୋଷଣାକୁ ସ୍ଥଗିତ ରଖାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ଜେନା । ସେ କହିଛନ୍ତି ଭୋଟ ବାକ୍ସକୁ ଜିଲ୍ଲା କୋଷାଗାରରେ ସଂରକ୍ଷିତ ରଖାଯାଇଛି । ଉଚ୍ଚ ନ୍ୟାୟାଳୟଙ୍କ ପରବର୍ତ୍ତୀ ରାୟ ଆସିବା ପର୍ଯ୍ୟନ୍ତ ରେଜଲ୍ଟ ସ୍ଥଗିତ ରଖାଯାଇଛି । କାଲି ଅନାସ୍ଥା ବିରୋଧରେ ଭୋଟିଂ ପାଇଁ ହ୍ବିପ୍‌ ଜାରି କରିଥିଲା ବିଜେଡି ।

ସୂଚନା ଯୋଗ୍ୟ; ରାୟଗଡ଼ା ପୌର ପରିଷଦର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ଆଗତ ହୋଇଥିଲା । ମୋଟ ୨୪ ଜଣ କାଉନସିଲରଙ୍କ ମଧ୍ୟରୁ କେବଳ ୨ ଜଣ ବିଜେପି ଓ ଜଣେ କଂଗ୍ରେସ ଦଳର ଅଟନ୍ତି । ୧୯ ଜଣ ବିଜେଡ଼ି କାଉନସିଲର୍ ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଗତ କରିଥିଲେ । କାଲି ଅନାସ୍ଥା ବିରୋଧରେ ଭୋଟିଂ ପାଇଁ ହ୍ବିପ୍‌ ଜାରି କରିଥିଲା ବିଜେଡି । ସଭାପତି ନବୀନ ପଟ୍ଟନାୟକ ଦଳୀୟ କାଉନସିଲଙ୍କ ପାଇଁ ହ୍ବିପ୍‌ ଜାରି କରିଥିଲେ।

Leave a Reply

Your email address will not be published. Required fields are marked *