ଚଳିତ ବର୍ଷ ଭୁବନେଶ୍ବରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା । ଏହା ସହ ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟାଇବାକୁ ନିଷ୍ପତ୍ତି ହୋଇଛି । ପୂଜାକୁ ନେଇ BMCର ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଦୁର୍ଗାପୂଜା ପାଇଁ ଆଜି ବିଏମସି କମିଶନର ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋକଚନା ହୋଇଛି । ବୈଠକରେ ମେୟର ସୁଲୋଚନା ଦାସ, ବିଭିନ୍ନ ୱାର୍ଡର କର୍ପୋରେଟର, ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ପାର୍କିଂ ନଥିଲେ ପଡ଼ିବନି ମୀନା ବଜାର, ମିଳିବନି ରାବଣ ପୋଡ଼ି ଅନୁମତି । ସେହିପରି ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ ପୂଜା କମିଟି।  ପୂଜା ପେଣ୍ଡାଲ ଓ ଭସାଣି ପୋଖରୀ ନିକଟରେ ରଖାଯିବ ଆମ୍ବୁଲାନ୍ସ। ପୂଜା ପେଣ୍ଡାଲରେ ନିଶାକୁ ନା’ର ସଚେତନତା ଵାର୍ତ୍ତା ବାଣ୍ଟିବ ପୋଲିସ। ରାସ୍ତା ଖରାପ ନେଇ PWDର ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରାଯାଇଛି।

ସେହିପରି ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ତ୍ୱରିତ ପର୍ଯ୍ୟାୟରେ ଶେଷ କରିବା ସହିତ ରାସ୍ତା ମରାମତି ପାଇଁ ପୂର୍ତ୍ତ ବିଭାଗକୁ ବିଏମସି କମିଶନର ତାଗିଦ କରିଛନ୍ତି । ରାସ୍ତା ମରାମତି ପାଇଁ ପ୍ରତି ୱାର୍ଡକୁ ପାଞ୍ଚ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ପେଣ୍ଡାଲ ନିକଟରୁ ବୁଲା କୁକୁରଙ୍କୁ ମଧ୍ୟ ହଟାଇବାକୁ ବ୍ୟବସ୍ଥା କରାଯିବ ।

 

Leave a Reply

Your email address will not be published. Required fields are marked *