ଆଜି ସାରା ଦେଶ ପାଳନ କରୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ କର୍ତ୍ତବ୍ୟପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଭୋ ସୁବିଆଣ୍ଟୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯିବା ପରେ କର୍ତ୍ତବ୍ୟ ପଥରେ ଆରମ୍ଭ ହୋଇଥିଲା ଚିତ୍ତାକର୍ଷକ ପରେଡ୍ । ବିଶ୍ଵବାସୀ ଦେଖିଛନ୍ତି ଭାରତର ଶକ୍ତି ଓ ପରାକ୍ରମ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥ ନିଜର ସାମରିକ ଶକ୍ତି ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରାଯାଉଛି। ଇଣ୍ଡୋନେସିଆର ୩୫୨ ଜଣିଆ ଶୋଭାଯାତ୍ରା ଓ ବ୍ୟାଣ୍ଡ୍ ଦଳ ମଧ୍ୟ ଏହି ପରେଡ୍ ଅଂଶଗ୍ରହଣ କରିଛନ୍ତି। ଏଥରର ବିଷୟବସ୍ତୁ ହେଉଛି ‘ସ୍ୱର୍ଣ୍ଣିମ ଭାରତ: ଐତିହ୍ୟ ଓ ବିକାଶ’। ଚଳିତ ବର୍ଷ ‘ସ୍ୱର୍ଣ୍ଣିମ ଭାରତ: ଐତିହ୍ୟ ଓ ବିକାଶ’ ଶୀର୍ଷକରେ କର୍ତବ୍ୟ ପଥରେ ୩୧ଟି ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରାଯିବ। ପରେଡରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ଏବଂ କେନ୍ଦ୍ର ମନ୍ତ୍ରଣାଳୟ, ବିଭାଗ ଓ ସଂଗଠନର ୧୫ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଛି। ଏହା ସହ ପ୍ରଥମ ଥର ପାଇଁ ଏକ ସାଙ୍ଗରେ ୫୦୦୦ କଳାକାରଙ୍କ ଦ୍ୱାରା ସାଂସ୍କୃତିକ ପରିବେଷଣ କରାଯାଇଛି । ବ୍ରହ୍ମୋସ୍, ପିନାକା ଓ ଆକାଶ ଭଳି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥାକୁ ପ୍ରଦର୍ଶିତ ହୋଇଛି। ଏହାବ୍ୟତୀତ ସେନାର ଯୁଦ୍ଧ ନିରୀକ୍ଷଣ ବ୍ୟବସ୍ଥା ‘ସଞ୍ଜୟ’ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’କୁ ପ୍ରଥମ ଥର ପାଇଁ ପ୍ୟାରେଡ୍ରେ ସାମିଲ କରାଯାଇଛି। ଏହି ପରେଡ୍ରେ ଟି-୯୦ ଭୀଷ୍ମ ଟ୍ୟାଙ୍କ, ଶରତ (ପଦାତିକ ଯାନ ବିଏମ୍ପି-୨), ସର୍ଟ ସ୍ପାନ୍ ବ୍ରିଜିଂ ସିଷ୍ଟମ୍ ୧୦ ମିଟର, ନାଗ ମିସାଇଲ୍ ସିଷ୍ଟମ୍, ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚର ସିଷ୍ଟମ୍ ‘ଅଗ୍ନିବାନ୍’ ଏବଂ ବଜରଙ୍ଗ ମଧ୍ୟ ସାମିଲ ହୋଇଛି। ଏହି ପ୍ୟାରେଡରେ ତିନି ସେନା ସ୍ଥଳସେନା, ବାୟୁସେନା, ନୌସେନାର ଅନ୍ୟ କେତେକ ପ୍ରଥମ ଥର ପାଇଁ ଟ୍ୟାଙ୍କୋର୍ସ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ସଶସ୍ତ୍ର ବାହିନୀ ମଧ୍ୟରେ ସମନ୍ୱୟକୁ ପ୍ରଦର୍ଶିତ କରଯାଇଛି। Post navigation ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ବୃହତ ରକ୍ତଦାନ ଶିବିରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ପ୍ୟାରେଡ୍ ଯିବା ସମୟରେ ଓଲଟିଲା ସ୍କୁଲ ପିଲା ଥିବା ପିକଅପ୍ ଭ୍ୟାନ୍: ଜଣେ ମୃତ, ୫ ଲକ୍ଷ ସହାୟତା ରାଶି ଘୋଷଣା