ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଭାରତର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିମାନେ ଅନୁସୂଚିତ ଜାତି (ଏସସି/ଏସଟି) ମାନ୍ୟତା ପାଇଁ ଯୋଗ୍ୟ ହେବେ ନାହିଁ। କୌଣସି ଅନ୍ୟ ଧର୍ମକୁ ପରିବର୍ତ୍ତନ କଲେ ଅନୁସୂଚିତ ଜାତିର ମାନ୍ୟତା ମିଳିବ ନାହିଁ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯଦି କୌଣସି ବ୍ୟକ୍ତି ଖ୍ରୀଷ୍ଟିୟାନ ଧର୍ମରେ ଧର୍ମାନ୍ତରୀକରଣ ହୁଏ ତଥାପି ତାଙ୍କୁ ଅନୁସୂଚିତ ଜାତିର ମାନ୍ୟତା ମିଳିବ ନାହିଁ । ମଙ୍ଗଳବାର ବିଚାରପତି ପିକେ ମିଶ୍ର ଓ ବିଚାରପତି ଏନଭି ଅଞ୍ଜାରିଆଙ୍କ ପୀଠ ମାମଲାର ଶୁଣାଣି କରିଥିଲେ । ପ୍ରଶ୍ନ ଥିଲା ଯେ, ହିନ୍ଦୁ ଧର୍ମ ଛାଡି ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତି ଏସସି/ଏସଟିରେ ସାମିଲ୍ ପାଇଁ ଦାବି କରି ପାରିବେ ନାହିଁ । ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟର ଆଦେଶକୁ ବଳବତ୍ତର ରଖିଛନ୍ତି । ବାର ଆଣ୍ଡ ବେଞ୍ଚ ଅନୁସାରେ ସୁପ୍ରିମକୋର୍ଟ କହିଛନ୍ତି, କୌଣସି ବି ବ୍ୟକ୍ତି ଯିଏ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମକୁ ମାନିଥାଏ ସେ ଅନୁସୂଚିତ ଜାତିର ସଦସ୍ୟ ହୋଇ ପାରିବ ନାହିଁ । କୌଣସି ଅନ୍ୟ ଧର୍ମକୁ ପରିବର୍ତ୍ତନ କଲେ ଅନୁସୂଚିତ ଜାତିର ମାନ୍ୟତା ମିଳିବ ନାହିଁ । ସୁପ୍ରିମକୋର୍ଟ ପାଷ୍ଟର ଚିନ୍ଥାଧା ଆନନ୍ଦ କରିଥିବା ଅଭିଯୋଗ ଉପରେ ଶୁଣାଣି କରି ଏପରି ରାୟ ଦେଇଛନ୍ତି । ସେ ୨୦୨୫ ମେ ମାସରେ ଅନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଢ୍ଜ୍ କରି ସୁପ୍ରିମକୋର୍ଟ ଯାଇଥିଲେ । ଆନନ୍ଦ ଆବେଦନରେ ଦର୍ଶାଇଥିଲେ ଯେ, ସେ ଜାତିଭିତ୍ତିକ ଭେଦଭାବର ଶିକାର ହେଉଛନ୍ତି । ଆକାଲା ରାମିରେଡ୍ଡିନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ସେ ଏସସି-ଏସଟି ଆକ୍ଟ ଅନୁଯାୟୀ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଏହାକୁ ନେଇ ମାମଲା ରୁଜୁ କରିଥିଲା। ପୀଠ କହିଛନ୍ତି, ଏହି ମାମଲାରେ ଯାଚିକାକର୍ତ୍ତା ଏହି ଦାବି କରି ନାହାନ୍ତି ଯେ, ସେ ଖ୍ରୀଷ୍ଟିୟାନ ଧର୍ମ ଛାଡି ନିଜର ମୂଳ ଧର୍ମକୁ ଆପଣେଇଛନ୍ତି । ଏହା ପ୍ରମାଣିତ ହେଉଛି ଯେ, ଆବେଦନକାରୀ ଲଗାତାର ଖ୍ରୀଷ୍ଟିୟାନ ଧର୍ମ ମାନି ଆସୁଥିଲେ ଏବଂ ଏକ ଦଶନ୍ଧିରୁ ଅଧିକ ସମୟ ଧରି ପାଦରି ଭାବେ କାମ କରି ଚାଲିଥିଲେ । ତାଙ୍କର ଗାଁ ଘରେ ନିୟମିତ ରବିବାର ପ୍ରାର୍ଥନା ସଭା ଆୟୋଜିତ ହେଉଥିଲା । ତେଣୁ ଧର୍ମ ପରିବର୍ତ୍ତନ କଲେ ଏସସି ଓ ଏସଟି ମାନ୍ୟତା ମିଳିବ ନାହିଁ । Post navigation SCB Fire Tragedy: ଏସସିବି ଘଟଣା; ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ପ୍ରତିବାଦ ଜାରି ରହିବ: ନବୀନ ପଟ୍ଟନାୟକ SCB Fire Tragedy: ଏସ୍ସିବି ପ୍ରସଙ୍ଗ: ସ୍ୱାସ୍ଥ୍ୟମନ୍ତ୍ରୀ ଓ ଡାକ୍ତର ଗୌତମ ଶତପଥୀଙ୍କ ବିରୋଧରେ ମାମଲା ରୁଜୁ କଲା ବିଜେଡି