ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବ ନିର୍ବାଚିତ ରେଖା ଗୁପ୍ତା । ରେଖାଙ୍କ ସହ ୬ ମନ୍ତ୍ରୀ ବି ଶପଥ ନେଇଛନ୍ତି । ରେଖା ଗୁପ୍ତାଙ୍କୁ ଉପ ରାଜ୍ୟପାଳ ବିନୟ କୁମାର ଗୋପନୀୟତା ଶପଥ ପାଠ କରାଇଛନ୍ତି । ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପରବେଶ ବର୍ମା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ, ଆଶିଷ ସୁଦ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କପିଲ ମିଶ୍ରା, ମନଜିନ୍ଦର ସିଂ ସିରସା, ପଙ୍କଜ ସିଂ, ରବିନ୍ଦର ସିଂ ଇନ୍ଦ୍ରାଜ ମଧ୍ୟ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର କ୍ୟାବିନେଟ ସଦସ୍ୟ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ସାଂସଦ ଉପସ୍ଥିତି ରହିଛନ୍ତି । ସୂଚନା ଯୋଗ୍ୟ; ଗତ ୫ ତାରିଖରେ ଅନୁଷ୍ଠିତ ୭୦ ସଭ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ୪୮ଟି ଆସନ ମିଳିଥିବା ବେଳେ ଆପ୍କୁ ମିଳିଥିଲା ୨୨ଟି ଆସନ। ଦୀର୍ଘ ୨୬ ବର୍ଷ ପରେ ବିଜେପି କ୍ଷମତାକୁ ଫେରିଛି। ୧୦ ବର୍ଷ ଧରି ଦିଲ୍ଲୀରେ ଚାଲିଥିବା କେଜ୍ରିୱାଲ ଶାସନର ଅବସାନ ଶେଷ ହୋଇ ଏବେ ଆଜିଠୁ ଦିଲ୍ଲୀରେ ଚାଲିବ ବିଜେପି ସରକାର ଶାସନ। Post navigation ତାମିଲନାଡୁରେ ସ୍ବାମୀ ଓ ଛୁଆ ସମ୍ମୁଖରେ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ ବିଧାନସଭାରେ ପୂର୍ବ ସରକାରରେ ଥିବା 5Tର ପୋଲ୍ ଖୋଲିଲେ ରାଜସ୍ବ ମନ୍ତ୍ରୀ