ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରସିବି (ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ)ର ବିଜୟ ଉତ୍ସବ ସମୟରେ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ଆରସିବି ମାର୍କେଟିଂ ହେଡ୍‌ ନିଖିଲ ସୋସଲେ ସମେତ ୪ ଜଣ ଗିରଫ । ଏୟାରପୋର୍ଟରୁ ଗିରଫ କଲା ବେଙ୍ଗାଲୁରୁ ପୋଲିସ । ମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗିରଫ କରାଯାଉଥିବା ସୂଚନା ।

ଅନ୍ୟ ତିନି ଜଣ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଡିଏନଏର କର୍ମଚାରୀ ଅଟନ୍ତି। ସମସ୍ତଙ୍କୁ କ୍ୟୁବନ ପୋଲିସ ଷ୍ଟେସନରେ ଘନିଷ୍ଠ ପଚରାଉଚରା କରାଯାଉଛି।

ସୂଚନା ଯୋଗ୍ୟ; ଆରସିବି ଆଇପିଏଲ୍ ଟ୍ରଫି ଜିତିବା ଖୁସିରେ ବିଜୟ ନେଇ କରାଯିବାକୁ ଥିବା ପରେଡ୍ରେ ୨ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ । ଯାହାଫଳରେ ଚେନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ପରିସ୍ଥିତି ଉପୁଜିଥିଲେ । ଦଳାଚକଟାରେ ୧୧ ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମାମଲାକୁ ତଦନ୍ତ ପାଇଁ ସିଆଇଡିକୁ ହସ୍ତାନ୍ତର କରାଯାଇଛି।

ଏହା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଡିଏନ୍‌ଏ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ, କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Leave a Reply

Your email address will not be published. Required fields are marked *