ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ବସିଛି। ଆସନ୍ତା ୧୪ରେ ରତ୍ନଭଣ୍ଡାର ଖୋଲିପାରେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ। ୧୪ରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି। ସେ କହିଛନ୍ତି, ଆମେ ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେବେ। ସରକାରଙ୍କ ଅନୁମତି ପାଇଲେ ରତ୍ନଭଣ୍ଡାର ଖୋଲାଯିବ। ତଦାରଖ କମିଟି ଆଗରେ ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ। ଆଜି ରଥଯାତ୍ରାରେ ବ୍ୟସ୍ତ ଥିବାରୁ ଚାବି ଉପସ୍ଥାପନ ହୋଇପାରିନି। ଚାବି କାମ କରୁ ବା ନକରୁ ନିଶ୍ଚିନ୍ତ ରତ୍ନଭଣ୍ଡାର ଖୋଲାଯିବ। ଅପରପକ୍ଷରେ ରତ୍ନଭଣ୍ଡାର ଖୋଲିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି ବୋଲି କହିଛନ୍ତି ଜଷ୍ଟିସ ରଥ। ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡିପାରେ। ତେବେ ଏ କ୍ଷେତ୍ରରେ ଭକ୍ତମାନେ ଆମକୁ ସହଯୋଗ କରିବେ ବୋଲି ଆଶା କରୁଛୁ। Post navigation ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ନାବାଳିକାର ମୃତଦେହ ଉଦ୍ଧାର