ଭିତର ରତ୍ନଭଣ୍ଡାରର ୩ଟି ତାଲାରୁ ୨ଟିରେ କାହିଁକି ନଥିଲା ଜଉମୁଦ? ଆପେ ଖସିଯାଇଥିଲା ନା କେବେ କିଏ ଖୋଲିବାକୁ ଚେଷ୍ଟା କରିଥିଲା? କାହିଁକି ଡୁପ୍ଲିକେଟ ଚାବିରେ ଖୋଲିଲାନି କୌଣସି ଗୋଟିଏ ବି ତାଲା ? ଟ୍ରେଜେରିରୁ ଅଣାଯାଇଥିବା ଚାବି ବାସ୍ତବରେ ଡୁପ୍ଲିକେଟ ଚାବି ନଥିଲା କି ? ନା ଅସଲି ତାଲାକୁ ପୂର୍ବରୁ କେବେ ବଦଳାଇ ଅନ୍ୟ ତାଲା ପକାଯାଇଛି ? ଗତକାଲି ତାଲା ଭାଙ୍ଗି ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲାଯିବା ପରେ ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି ।

୨୦୧୮ରେ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବହୁ ବାଦବିବାଦର ସାମ୍ନା କରିଥିଲେ ତତ୍କାଳୀନ ବିଜେଡି ସରକାର। ବିବାଦରୁ ବର୍ତ୍ତିବା ପାଇଁ ପୂର୍ବ ସରକାରରେ ମିଛ କୁହାଯାଇ ନଥିଲା ତ ?

 

By Nirvay

Leave a Reply

Your email address will not be published. Required fields are marked *