ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରମିଳା ମଲ୍ଲିକଙ୍କୁ କଡ଼ା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ଦ ଉଦ୍ଦେଶ୍ୟ ରଖି ପୂର୍ବ କମିଟି ଭଙ୍ଗାଗଲା ବୋଲି କହିଥିଲେ ପ୍ରମିଳା ମଲ୍ଲିକ। ସେମାନେ ଖାଲି ଭୁଆଁ ବୁଲେଇବେ ବୋଲି କହିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ।

ଏହାର ଜବାବ ରଖି କମିଟି କାହିଁକି ଭାଙ୍ଗିଲା ପଚାରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ୨୪ ବର୍ଷର ସରକାର ରତ୍ନଭଣ୍ଡାର ଖୋଲି ପାରିଲେନି, ଏବେ କାହିଁକି ପଚାରୁଛନ୍ତି ବୋଲି କହିଲେ। ରତ୍ନଭଣ୍ଡାର ପାଇଁ ସରକାର ପଦକ୍ଷେପ ନେଇଛନ୍ତି, କମିଟି ଗଠନ ହୋଇଛି। ଉଚିତ ସମୟରେ ଖୋଲାଯାଇ ଗଣତି ମଣତି କରାଯିବ। ପ୍ରତିଟି ଜିନିଷର ଡିଜିଟାଲ ଫଟୋ କପି କରାଯାଇ ସଂରକ୍ଷଣ କରାଯିବ ବୋଲି କହିଛନ୍ତି।

 

Leave a Reply

Your email address will not be published. Required fields are marked *