ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରତ୍ନଭଣ୍ଡାର ଗଣତି ମଣତି ପାଇଁ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ମାହେନ୍ଦ୍ର ବେଳାର, ମାର୍ଚ୍ଚ ୨୫ ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ଗଣତି ମଣତି ଶୁଭାରମ୍ଭ ହେବ । ମଧ୍ୟାହ୍ନ ୧୨ଟା ୯ରୁ ଦିନ ୧.୪୫ ମଧ୍ୟରେ ଗଣତି ମଣତି ହେବ । ଏଥିପାଇଁ ଭିଡିଓଗ୍ରାଫି, ଫଟୋଗ୍ରାଫି, 3D ମ୍ୟାପିଂ ପାଇଁ ବ୍ୟବସ୍ଥା ହୋଇଛି । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି ହେବ । ଦ୍ଵିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଗଣତି ମଣତି ହେବ । ଚଳନ୍ତି ଓ ବାହାର ରତ୍ନ ଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଗଣତି ମଣତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । Post navigation Ruckus Outside Pratap Jena’s House: ପ୍ରତାପ ଜେନାଙ୍କ ଘର ଆଗରେ ରାତିରେ ହଙ୍ଗାମା, ସକାଳୁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା