ଖାରଜ ହେଲା ରାଜା ଚକ୍ରଙ୍କ ଜାମିନ ଆବେଦନ। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରର ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଅନ୍ୟ ଅଭିଯୁକ୍ତ ସୁଶାନ୍ତ ସାମଲର ବି ଜାମିନ ଆବେଦନ ଖାରଜ ହୋଇଥିବା ନେଇ ସୂଚନା । ସୂଚନା ଯୋଗ୍ୟ; କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ପାରିପାର୍ଶ୍ୱିକ ଉନ୍ନତି, ଶ୍ରମିକଙ୍କ ପାଉଣା ବାବଦକୁ କୋଟି କୋଟି ଟଙ୍କା ହେରଫେର ହୋଇଥିଲା । କେନ୍ଦୁଝର ଜିଲ୍ଲା ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀରେ କୋଟି କୋଟି ଟଙ୍କା ହେରଫେର ମାମଲାରେ ରାଜା ଚକ୍ରଙ୍କର ଅଡୁଆ ବଢ଼ି ବଢ଼ି ଚାଲିଥିଲା । ତାଙ୍କର ଗୋପାଳପୁର ଠାରେ ଥିବା ଫାର୍ମ ହାଉସ୍, ବିଭିନ୍ନ ସ୍ଥାନରେ ଥିବା କ୍ରସର୍ ଏବଂ ଅନ୍ୟ ସଂସ୍ଥାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା । ପୂର୍ବରୁ ମଧ୍ୟ ହାଇକୋର୍ଟ ରାଜାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ଏହା ସହିତ ରାଜାଙ୍କୁ ମିଳୁଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ଉଠାଇ ଦେଇଥିଲେ । Post navigation Water Resources Department: ରାଜୀବ ଭବନରେ ଜଳସମ୍ପଦ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Nuapada By-Election: ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲା ବିଜେଡି