ୟୁଟ୍ୟୁବର ରାହୁଲ ମହାରଣା ହତ୍ୟାକାଣ୍ଡ ମାମଲା। ପୋଲିସର ତଦନ୍ତକୁ ଗ୍ରହଣ କରିପାରୁ ନାହାନ୍ତି ପତ୍ନୀ ଓ ପରିବାର। ରାହୁଲଙ୍କୁ ପ୍ରି ପ୍ଲାନ ଭାବରେ ହତ୍ୟା କରାଯାଇଛି । ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲଙ୍କ ପତ୍ନୀ । ସେ କହିଛନ୍ତି ମଞ୍ଚେଶ୍ବର ପୋଲିସ ଠିକ୍ ଭାବେ ତଦନ୍ତ କରୁନି ।ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ରହିଛି । ଏହା ସହ ରାହୁଲଙ୍କ ସାଙ୍ଗ ଶିବାକୁ କାହିଁକି ପୋଲିସ ଧରୁନି ପଚାରୁଛନ୍ତି। କାଲି ଏକ ଏତଲା କରିବାକୁ ମୋ ନଣନ୍ଦ ଯାଇଥିଲେ। ମାତ୍ର ଥାନା IIC ଆମ କଥା ଅନୁସାରେ ଏତଲା କର କହିଛନ୍ତି । ପାର୍କିଂକୁ ନେଇ ବିବାଦ ଥିଲା, ଆଗରୁ ଧମକ ମିଳିଥିଲା । ପୋଲିସ କିଛି ତଦନ୍ତ କରୁନି, ଯେଉଁମାନଙ୍କୁ ପଚାରିବା କଥା ପଚାରୁନି । ଆଉ ରାହୁଲଙ୍କ ପତ୍ନୀ ସ୍ବାମୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି । ଅନ୍ୟପଟେ ରାହୁଲଙ୍କ ପତ୍ନୀଙ୍କ ଅଭିଯୋଗ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ସୂଚନାଶନିବାର ରାତିରେ ମଞ୍ଚେଶ୍ବର ଥାନା ରସୁଲଗଡ଼ ଜିଜିପି କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମଦ୍ୟପାନ କରି କିଛି ଯୁବକ ରାହୁଲଙ୍କ ସହ ଯୁକ୍ତିତର୍କ କରି ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ପୋଲିସ କହିଛି । ହେଲେ ପୋଲିସର ଏହି କଥାକୁ ସହଜରେ ଗ୍ରହଣ କରିପାରିନି ପରିବାର । ସୂଚନା ଯୋଗ୍ୟ; ଶନିବାର ରାତିରେ ମଞ୍ଚେଶ୍ବର ଥାନା ରସୁଲଗଡ଼ ଜିଜିପି କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମଦ୍ୟପାନ କରି କିଛି ଯୁବକ ରାହୁଲଙ୍କ ସହ ଯୁକ୍ତିତର୍କ କରି ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ପୋଲିସ କହିଛି । ହେଲେ ପୋଲିସର ଏହି କଥାକୁ ସହଜରେ ଗ୍ରହଣ କରିପାରିନି ପରିବାର । Post navigation Rajya Sabha Election 2026: ରାଜ୍ୟସଭା ପାଇଁ ବିଜେପି ଦେବ ୩ ପ୍ରାର୍ଥୀ