ରାହୁଲ ଗାନ୍ଧୀ ରାଏବରେଲି ଆସନ ରଖିଲେ। ୱାୟନାଡ ଆସନ ଛାଡ଼ିଲେ। ଗାନ୍ଧୀ ପରିବାରର ପାରମ୍ପରିକ ଆସନ ରାଏବରେଲି ରଖି ରାହୁଲ ୱାୟନାଡ ଆସନ ଛାଡ଼ିଛନ୍ତି। ଏହା ନିଜେ ସ୍ପଷ୍ଟ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଏହାକୁ ନେଇ ଆଜି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ ଓ କେ. ବେଣୁଗୋପାଳଙ୍କ ମଧ୍ଯରେ ଏକ ବୈଠକ ମଧ୍ଯ ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ୱେୟନାଡ଼୍ ଆସନରୁ ଲଢ଼ିବେ । ଏଥର ଉଭୟ ରାଏବରେଲି ଓ ୱେୟନାଡ ଆସନରୁ ବହୁତ ବଡ଼ ମାର୍ଜିନରେ ଜିତିଛନ୍ତି ରାହୁଲ ଗାନ୍ଧୀ।

ରାଜନୈତିକ ଦୃଷ୍ଟିକୋଣରୁ ଓ ଉତ୍ତର ପ୍ରଦେଶରେ କଂଗ୍ରେସର ଉତଥାନ ଦୃଷ୍ଟିରୁ ରାହୁଲ ରାଏବରେଲି ଆସନ ରଖିଛନ୍ତି। ୨୦୦୪ରୁ ୨୦୧୯ ଯାଏଁ ଏହି ଆସନରୁ ଜିତି ଆସୁଥିଲେ ସୋନିଆ ଗାନ୍ଧୀ। ଇନ୍ଦିରା ଗାନ୍ଧୀ ଓ ତାଙ୍କ ସ୍ବାମୀ ଫିରୋଜ ଗାନ୍ଧୀ ମଧ୍ଯ ଏହି ଆସନରୁ ପାର୍ଲାମେଣ୍ଟକୁ ଯାଇଛନ୍ତି। ୨୦୧୯ରେ ରାହୁଲ ଆମେଠି ଆସନରୁ ପରାଜିତ ହୋଇଥିଲେ ମଧ୍ଯ ୱାୟନାଡ ଆସନରୁ ଜିତିଥିଲେ। ତେଣୁ ଏହି ଆସନର ବି ବେଶ୍ ଗୁରୁତ୍ଵ ରହିଛି। ତେଣୁ ୱାୟନାଡରେ ଭୋଟ ସରିବା ପରେ ହିଁ କଂଗ୍ରେସ ଘୋଷଣା କରିଥିଲା ଯେ, ରାହୁଲ ରାଏବରେଲିରୁ ମଧ୍ଯ ଲଢ଼ିବେ। ତେଣୁ କେଉଁ ଆସନ ରଖିବେ, କେଉଁ ଆସନ ଛାଡ଼ିବେ, ତାକୁ ନେଇ ଗଣିତ କରିବାକୁ ପଡ଼ିଥିଲା।

Leave a Reply

Your email address will not be published. Required fields are marked *