ଉତ୍ତରପ୍ରଦେଶ : ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନେତାମାନେ କ୍ରମାଗତ ଭାବରେ ନିର୍ବାଚନ ରାଲିରେ ନିଜ ଦଳକୁ ପ୍ରୋତ୍ସାହିତ କରୁଛନ୍ତି। ତେବେ ଇଣ୍ଡିଆ ମେଣ୍ଟର ଜନସଭାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୌଣସି ଭାଷଣ ନ ଦେଇ ଫେରିବାକୁ ପଡ଼ିଲା।
ଉତ୍ତରପ୍ରଦେଶର ଫୁଲପୁର ଲୋକସଭା ଆସନରୁ ଏସପି ପ୍ରାର୍ଥୀ ଅମରନାଥ ମୌର୍ଯ୍ୟଙ୍କ ସମର୍ଥନରେ ଆୟୋଜିତ ମିଳିତ ଜନସଭାରେ ବହୁ ଭିଡ ହୋଇଥିଲା ଏବଂ ମଞ୍ଚରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ଏହି କାରଣରୁ ଏସପି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଞ୍ଚ ଉପରେ ପହଞ୍ଚି ସାରିଥିଲେ ବି ଭାଷଣ ଦେଇନପାରି ଫେରି ଆସିଛନ୍ତି।
ସୂଚନାଯୋଗ୍ୟ, ମଞ୍ଚ ଉପରେ ରାହୁଲ ଗାନ୍ଧି, ଅଖିଳେଶ ଯାଦବଙ୍କ ସମେତ ଏକାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଅଖିଳେଶ ଯାଦବ ଭାଷଣ ଦେବା ଆରମ୍ଭ କରିବା ସମୟରେ ହଠାତ୍ କିଛି ଲୋକ ବ୍ୟାରିକେଡ ଭାଙ୍ଗି ମଞ୍ଚ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ ଫଳରେ ମଞ୍ଚରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ଏହି ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ମିଡିଆ ବ୍ୟକ୍ତିବିଶେଷଙ୍କ କ୍ୟାମେରା ଓ ଷ୍ଟାଣ୍ଡ ମଧ୍ୟ ଭାଙ୍ଗି ଯାଇଥିଲା। ଫଳରେ ସଭାକୁ ସମ୍ବୋଧିତ କରିନପାରି ଫେରି ଆସିଛନ୍ତି ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବ। ଏହି ଦଳାଚକଟାରେ ଏକାଧିକ ଲୋକ ମଧ୍ୟ ଆହତ ହୋଇଥିବା କୁହାଯାଉଛି।

By Nirvay

Leave a Reply

Your email address will not be published. Required fields are marked *