ସଂସଦ ଭବନ ପରିସରରେ ପ୍ରଦର୍ଶନ ସମୟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ମଧ୍ୟରେ ଯୁକ୍ତିତର୍କ ସ୍ଥିତି ଦେଖିବାକୁ ମିଳିଛି। ବିରୋଧୀଙ୍କ ବିରୋଧ ଯୋଗୁଁ ବୁଧବାର ଲୋକସଭା ମୁଲତବୀ ହେବା ପରେ, ସଂସଦ ପରିସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ରବନୀତ ସିଂ ବିଟ୍ଟୁଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା। ରବନୀତଙ୍କୁ ବିଶ୍ବାସଘାତକ କହି ରାହୁଲ ତାଚ୍ଛଲ୍ୟ କରିବାରୁ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି। ରାହୁଲଙ୍କୁ ଦେଶ୍‌କା ଦୁଷ୍ମନ କହି କଡ଼ା ନିଶାନା କଲେ ରବନୀତ ।

ସଂସଦ ଭବନ ପରିସରରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଂସଦମାନେ ଆଠ ଜଣ ବିରୋଧୀ ସଦସ୍ୟଙ୍କ ନିଲମ୍ବନର ପ୍ରତିବାଦରେ ଏକାଠି ହୋଇଥିଲେ। ପୂର୍ବତନ କଂଗ୍ରେସ ସାଂସଦ ରଭନୀତ ସିଂହ ବିଟ୍ଟୁ ଗୋଷ୍ଠୀ ନିକଟ ଦେଇ ଯାଉଥିବା ସମୟରେ, ସେ ପ୍ରତିବାଦ କରୁଥିବା ସାଂସଦମାନଙ୍କୁ କଟାକ୍ଷ କରି କହିଥିଲେ, ଏହା ଦେଖାଯାଉଛି ଯେ ସେମାନେ କାର୍ଗିଲ ଯୁଦ୍ଧ ଜିତି ସାରିଛନ୍ତି ।

ରାହୁଲ ଗାନ୍ଧୀ ବିଟ୍ଟୁ ଆଡକୁ ଇଙ୍ଗିତ କରି ପ୍ରତିକ୍ରିୟା ଦେଇ କହିଥିଲେ ଦେଖ ଦେଖ ଗଦ୍ଦାର ଆସୁଛି । ତାଙ୍କର ଚେହେରାକୁ ଦେଖନ୍ତୁ । ରାହୁଲଙ୍କ କଥା ଶୁଣି ସେଠାରେ ଥିବା ସାଂସଦ ହସିଥିଲେ। ପୁଣି ବିଟ୍ଟୁ ଅଟକି ଯାଉଛନ୍ତି ଏବଂ ସମସ୍ତଙ୍କୁ ଇସାରା କରି କହିଥିଲେ ଦେଶର ଶତ୍ରୁ ।

ଗଦ୍ଦାର କହିବା ପରେ ରାହୁଲ ବିଟ୍ଟୁଙ୍କ ସହ ହାତ ମିଳାଇବାକୁ ଉଦ୍ୟମ କରିଥିଲେ । ରାହୁଲ କହିଥିଲେ ହେଲୋ ବ୍ରଦର । ମୋର ଗଦ୍ଦାର ବନ୍ଧୁ । ଏଠାକୁ ପୁଣି ଆସିବେ । କିନ୍ତୁ କେନ୍ଦ୍ର ମନ୍ତ୍ରୀ ବିଟ୍ଟୁ ହାତ ମିଳାଇବାକୁ ମନା କରି ଦେଇଛନ୍ତି । ୨୦୨୪ରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ରବନୀତ୍ । ବର୍ତ୍ତମାନ କେନ୍ଦ୍ରରେ ରେଲୱେ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ରବନୀତ୍ ।

Leave a Reply

Your email address will not be published. Required fields are marked *