ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେପିରେ ଯୋଗ ଦେଇଛନ୍ତି। ସେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ମନମୋହନ ସାମଲଙ୍କ ଉପସ୍ଥିତିରେ ପାର୍ଟି ଅଫିସରେ ବଡମ୍ବା ବିଧାୟକଙ୍କ ନେତୃତ୍ଵରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଏଥିଲାଗି ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ରଘୁପତି ମହାନ୍ତିଙ୍କର କେତେକ ସମର୍ଥକ ବି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସକାଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

ଗୋଟିଏ ପଟେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ ଏହି ସମୟରେ ଦଳ ଛାଡିବା ବିଜେଡିକୁ ଏବଂ ଏହାର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କୁ ଏହି ଝଟକା ଲାଗିଛି ।

Leave a Reply

Your email address will not be published. Required fields are marked *