raghav-chadha-hits-out-at-aap
ରାଜ୍ୟସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ ଆମ ଆଦମୀ ପାର୍ଟିର ନିଷ୍ପତ୍ତି ଉପରେ ରାଘବ ଚଢ଼ା ପ୍ରତିକ୍ରିୟା ଦେଇ ଏକ ଭିଡିଓ ସୋସିଆଲ ମେଡିଆରେ ସେୟାର କରିଛନ୍ତି । ପ୍ରତିକ୍ରିୟାରେ ସେ ଆପ୍ ଓ ଆପ୍ ମୁଖିଆ କେଜରିୱାଲଙ୍କୁ ନିଶାନା କରିଛନ୍ତି ।
 
ସଂସଦରେ ସେହି ପ୍ରସଙ୍ଗ ଉଠାଏ ଯାହା ଲୋକଙ୍କ ସମସ୍ୟା ସହ ଜଡ଼ିତ ଥାଏ । ଯଦି ଲୋକଙ୍କ ସମସ୍ୟା ଉଠାଇବା ଭୁଲ ତେବେ ସେଥିପାଇଁ ଦଣ୍ଡ ଭୋଗିବାକୁ ସେ ପ୍ରସ୍ତୁତ ବୋଲି ଆପ୍ ସାଂସଦ ରାଘବ ଚଢ଼ା କହିଛନ୍ତି ।
 
ଯେତେବେଳେ ସେ କେବଳ ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥାନ୍ତି, ସେତେବେଳେ କେହି କାହିଁକି ତାଙ୍କୁ ସଂସଦରେ କହିବା ବନ୍ଦ କରିବାକୁ ଚାହିଁବେ ବୋଲି ଆପ ନେତା ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସାଧାରଣ ଜନତାଙ୍କ ପ୍ରସଙ୍ଗ ଉଠାଇବା କଣ ଅପରାଧ ବୋଲି ସେ ପ୍ରଶ୍ନ କରିଛନ୍ତି ।
 
ତେବେ ଦଳୀୟ ନେତାମାନେ ପ୍ରଶ୍ନ କରିଛନ୍ତି ଯେ, ଦୀର୍ଘ ସମୟ ଧରି ରାଘବ ଚଢା ପଞ୍ଜାବରୁ ରାଜ୍ୟସଭା ଆସନ ପାଇଥିବା ସତ୍ତ୍ୱେ କାହିଁକି ମୋଦି ସରକାର କିମ୍ବା ବିଜେପିକୁ ଟାର୍ଗେଟ କରି ଗୋଟିଏ ବି ସଂସଦୀୟ ପ୍ରଶ୍ନ ଉଠାଇ ନାହାଁନ୍ତି ।

By Nirvay

Leave a Reply

Your email address will not be published. Required fields are marked *