ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ। କିଛି ସିନିୟର ଛାତ୍ର ଜୁନିୟରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି । ଏନେଇ ଏମକେସିଜି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି ଜୁନିୟର୍ ଛାତ୍ର । ଯାହାକୁ ନେଇ ଆଜି ଅପରାହ୍ଣରେ ଆଣ୍ଟି ରାଗିଂ ସେଲ୍ର ବୈଠକ ବସିବା ନେଇ ସୂଚନା ମିଳିଛି । ଏଥିରେ ଅଭିଯୋଗ ହୋଇଥିବା ୪ଜଣ ସିନିୟର ଛାତ୍ରୀଙ୍କ ନାମରେ ଆଣ୍ଟିରାଗିଂ ସେଲ ନିକଟରେ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ପରେ ସମ୍ପୃକ୍ତ ୪ଜଣ ଛାତ୍ରୀଙ୍କୁ ଆଣ୍ଟି ରାଗିଂ କମିଟି ସମ୍ମୁଖରେ ହାଜର ହେବାକୁ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିଠି କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ ବହୁବାର ଜୁନିୟର ଡାକ୍ତର ଛାତ୍ରମାନେ ସିନିୟର ଛାତ୍ରଙ୍କ ଦ୍ୱାରା ରାଗିଂର ଶିକାର ହୋଇଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଆଜି ସୁଦ୍ଧା କିଛି ସମାଧାନ ବହାରିପରୁନାହି । ଯେଉଁ କାରଣରୁ ରାଗିଂ ଅଭିଯୋଗ ସାମ୍ନାକୁ ଆସୁଛି । ପୂର୍ବରୁ ରାଗିଂ ଅଭିଯୋଗ ହୋଇ ଆଣ୍ଟି ରାଗିଂ ସେଲ୍ର ବୈଠକ ବସି ଆଲୋଚନା କରାଯାଇ ୫ ଜଣ ଛାତ୍ରଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ନିଷେଧ କରାଯାଇଥିଲା । କିନ୍ତୁ ଏବେ ପୁଣି କ୍ୟାମ୍ପସରେ ରାଗିଂ । Post navigation ରାଜ୍ୟ ପରିବହନ ବିଭାଗ ରେ ଗାଡିଚାଳକ ମାନଙ୍କ ୧୨୧୫ କୋଟି ଟଙ୍କା ବକେୟା ରାଶି ଦେୟ ନାଟକ ମଞ୍ଚ ଉପରେ ଜୀଅନ୍ତା ଘୁଷୁରୀକୁ ମାରି ଖାଇଲେ କଳାକାର