ବିଜେପିର ନୂଆ ସରକାରକୁ ନେଇ ଓଡିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହୋଇଛି। ଏହା ପୂର୍ବରୁ ଖଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ଏନଏସିର ୧୦ ଜଣ କାଉନସିଲର ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ପୁରୁଷୋତ୍ତମପୁର ବିଜେଡିର ସୁସଂଗଠକ ତଥା ବରିଷ୍ଠ ନେତା ବାସୁଦେବ ମହାପାତ୍ରଙ୍କ ନେତୃତ୍ୱରେ ଏନଏସି ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ୱାର୍ଡ ୧ କାଉନସିଲର ଭବାନୀ ଶଂକର ନାହାକ, ୱାର୍ଡ ୨ କାଉନସିଲର ଭାସ୍କର ବେହେରା, ୱାର୍ଡ ୩ କାଉନସିଲର କେ.ପ୍ରମୋଦ କୁମାର ଆଚାର୍ଯ୍ୟ, ୱାର୍ଡ ୫ କାଉନସିଲର ସୁଜାତା ବେହେରା, ୱାର୍ଡ ୭ କାଉନସିଲର ଯମୁନା ବେହେରା, ୱାର୍ଡ ୯ କାଉନସିଲର ଲିଙ୍ଗରାଜ ବେହେରା, ୱାର୍ଡ ୧୦ କାଉନସିଲର ଶ୍ରୀମତୀ ଅର୍ଚ୍ଚନା ପଣ୍ଡା, ୱାର୍ଡ ୧୨ କାଉନସିଲର ଶ୍ରୀମତୀ ପ୍ରଣିତା ପଣ୍ଡା, ୱାର୍ଡ ୧୩ କାଉନସିଲର ଗିରିଜା ବେହେରା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।

ଏହି ଅବସରରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଦୁଷ୍ମନ୍ତ କୁମାର ସ୍ୱାଇଁ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ସଦସ୍ୟତା ଅଭିଯାନର ରାଜ୍ୟ ସହ ସଂଯୋଜକ ତଥା ବରିଷ୍ଠ ନେତା ଅଶୋକ ମିଶ୍ର, ରାଜ୍ୟ ସଂପାଦକ ସରୋଜ କର, ଯଜ୍ଞ ନାରାୟଣ ଦାଶ, ଅନିଲ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *