ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ପ୍ରତିବାଦ ଜାରି ରହିବ । ଏତେ ବଡ଼ ଘଟଣା ପରେ ବି କୌଣସି କେନ୍ଦ୍ରମନ୍ତ୍ରୀ ନଆସିବା ଦୁଃଖର କଥା । ଏସସିବିରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ୧୨ ଜଣଙ୍କ ଜୀବନ ହାନି ହୋଇଛି । ପ୍ରଶାସନିକ ଦୁର୍ବଳତା ପାଇଁ ଏତେ ବଡ଼ ଘଟଣା ଘଟିଛି ।

ସେ ଆଉ ମଧ୍ୟ କହିଛନ୍ତି ଏସସିବି ମେଡିକାଲ ପୋଡ଼ି ଘଟଣାକୁ ନେଇ ୯ ଦିନ ବିତିସାରିଲାଣି । ତଥାପି କୌଣସି ବି କେନ୍ଦ୍ର ମନ୍ତ୍ରୀ ମେଡିକାଲ ପରିଦର୍ଶନ କରିନାହାନ୍ତି । କିନ୍ତୁ ଆମ ସରକାର ସମୟରେ ଅନେକ କେନ୍ଦ୍ରମନ୍ତ୍ରୀ ନିଆଁ ଲାଗିଥିବା ସେହି ଘରୋଇ ହସ୍ପିଟାଲ ଯାଇଥିଲେ । ଏବେ କାହିଁକି ଆସୁନାହାନ୍ତି । ଯାହା ପୁରା ଆଶ୍ଚର୍ଯ୍ୟଜନକ । ଏଥିରୁ ଆପଣ ତୁଳନା କରି ପାରିବେ ଯେ, ମୃତ୍ୟୁବରଣ କରିଥିବା ରାଜ୍ୟବାସୀଙ୍କ ପାଇଁ ଏହି ସରକାର କେତେ ଚିନ୍ତିତ ।

ସୂଚନା ଯୋଗ୍ୟ; କ୍ରମାଗତ ଭାବେ ଷଷ୍ଠ ଦିବସରେ ମଧ୍ୟ ଗୃହ ସ୍ୱାଭାବିକ ହୋଇପାରୁ ନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଅଡ଼ି ବସିଛନ୍ତି ବିରୋଧୀ । ଗତ ୧୬ ତାରିଖ ଦିନ କଟକ ଏସ୍ସିବି ମେଡିକାଲରେ ନିଆଁ ଲାଗିଥିଲା । ଯେଉଁଥିରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *