କେନ୍ଦୁଝର ଜିଲ୍ଲା ତେଲକୋଇଠାରେ ପ୍ରସ୍ତାବିତ ଚକଦର ପ୍ରକଳ୍ପକୁ ବିରୋଧ କରି ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ। ସମାକୋଇ ଚକଦର ପ୍ରକଳ୍ପ ସମନ୍ବୟ ସମିତି ତେଲକୋଇର ଆହ୍ବାନକ୍ରମେ ହଜାର ହଜାର ଅଞ୍ଚଳବାସୀ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟକୁ ଆସି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚ୍ ପ୍ରକଳ୍ପ ବିରୋଧରେ ସ୍ଲୋଗାନ ଦେବାସହ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଘେରାଉ କରିଥିଲେ। ଏଥିସହ କଂଗ୍ରେସ, ବିଜେଡ଼ି ତଥା ଅନ୍ୟ ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଏହି ଅଭିଯାନରେ ସାମିଲ୍ ହୋଇ ପ୍ରକଳ୍ପ ବିରୋଧରେ ରଣ ହୁଙ୍କାର ଦେଇଥିଲେ।

ପ୍ରକଳ୍ପ ଦ୍ବାରା ସ୍ଥାନୀୟ ଅଞ୍ଚଳ କ୍ଷତିଗ୍ରସ୍ତ ହେବା ସହ ପଡୋଶୀ ଜିଲ୍ଲାକୁ ସୁହାଇବା ପାଇଁ ତେଲକୋଇ ଚାଷୀଙ୍କ ଜୀବନ ଜିବୀକା ସହ ଖେଳ ଖେଳାଯାଉଛି ବୋଲି ଅଭିଯୋଗ ଆସିବା ପରେ । ଏହାକୁ ବନ୍ଦ କରିବାକୁ ଆନ୍ଦୋନକାରୀମାନେ ଦାବି ଉପସ୍ଥାପନ କରିଥିଲେ ।

ସୂଚନାଯୋଗ୍ୟ, ଏହି ପ୍ରକଳ୍ପକୁ ୨୦ ବର୍ଷ ତଳେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ସୁଗିତ ରଖାଯାଇଥିଲା। ନୂଆ ସରକାର ଆସିବା ପରେ ବଜେଟରେ ଏହି ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ଘୋଷଣା ପରେ ବର୍ତ୍ତମାନ କିଛି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ତେଲକୋଇ ବନ୍ଦ ମଧ୍ୟ ଡାକରା ଦିଆଯିବା ସହ ଏନ୍‌ଏଚ୍ ୪୯ ଅବରୋଧ କରି ଆନ୍ଦୋଳନ କରାଯାଇଛି। ହେଲେ ବର୍ତ୍ତମାନ ସରକାରଙ୍କ ଆଭିମୁଖ୍ୟକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ଆନ୍ଦୋଳନ‌କାରୀ ପ୍ରକାଶ କରିଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାଜ୍ୟପାଳଙ୍କ ଅଫିସ ଘେରାଉ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *