ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାର ସରକାରୀ ହସ୍ପିଟାଲଗୁଡ଼ିକରେ ସାଧାରଣ ପ୍ରସବ ସଂଖ୍ୟା ଯଥେଷ୍ଟ ଅଧିକ ରେକର୍ଡ କରାଯାଇଛି, ଯେତେବେଳେ ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକରେ ଅଧିକ ସିଜାରିଆନ୍ ସେକ୍ସନ୍ (ସି-ସେକ୍ସନ୍) ପ୍ରସବ ରିପୋର୍ଟ ହୋଇଥିବା ନେଇ ଆଜି ବିଧାନସଭା ଶୀତକାଳୀନ ଅଧିବେଶନରେ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଲିଖିତ ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ୫ ବର୍ଷରେ ରାଜ୍ୟରେ ମୋଟ୍ ୩୦ ଲକ୍ଷ ୮ହଜାର ୩୮୩ ପ୍ରସବ ହୋଇଛି । ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ ଲକ୍ଷ ୬୯ ହଜାରରୁ ଊର୍ଦ୍ଧ୍ଵ ପ୍ରସବ ହୋଇଛି । ସରକାରୀ ହସ୍ପିଟାଲରେ ୧୯ ଲକ୍ଷ ୫୯ ହଜାର ୯୧୮ ନର୍ମାଲ ଡେଲିଭରୀ ହୋଇଛି । ୪ ଲକ୍ଷ ୯ ହଜାର ୭୧୮ ସିଜେରିଆନ ଡେଲିଭରି ହୋଇଛି । ସେହିପରି, ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୮ ହଜାର ୨୪୨ ନର୍ମାଲ ଡେଲିଭରି ହୋଇଥିବାବେଳେ, ୪ ଲକ୍ଷ ୯୦ ହଜାର ୫୦୫ ସିଜେରିଆନ ଡେଲିଭରି ହୋଇଛି ବୋଲି ମନ୍ତ୍ରୀ ବିଧାନସଭାରେ ତଥ୍ୟ ଦେଇଛନ୍ତି । Post navigation Odisha Assembly: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଶୀତକାଳୀନ ଅଧିବେଶନ; ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ Malkangiri Internet Shut down: ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ୍ କଟକଣା