ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ସଫଳତାର ସହିତ ଏକ ବର୍ଷ ପୂରଣ କରିଛି । ଏହି ଅବସରରେ ଜନତା ମୈଦାନ ସଭାରେ ସମ୍ମାନ ଗ୍ରହଣ କରିବାକୁ ଆସିଥିବା ଝାରସୁଗୁଡ଼ାର ଲକ୍ଷପତି ଦିଦି ଲୁସା ଗଣିକ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୁଣ୍ଡିଆ ମାରିଛନ୍ତି ।  ତାଙ୍କୁ ପୁରସ୍କୃତ କରିବା ପରେ ତାଙ୍କ ସହ ସଭାରେ କିଛି ସମୟ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଲୁସା ଗଣିକ ଝାରସୁଗୁଡ଼ା ଲଖନପୁର କୁମ୍ଭାରବାଙ୍ଗ ପଞ୍ଚାୟତର ବାସିନ୍ଦା । ସେ କୁକୁଡ଼ା ପାଳନ ଏବଂ କୃଷି ଦ୍ବାରା ବାର୍ଷିକ ୧୨ ଲକ୍ଷ ୫୫ ହଜାର ଆୟ କରି ମହା ଲକ୍ଷପତି ଦିଦି ଭାବେ ପୁରସ୍କୃତ ହୋଇଛନ୍ତି ।

ଏହି ସମୟରେ ମୋଦୀ ଆଦିବାସୀଙ୍କ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ନକ୍ସଲବାଦ ଆଳରେ ପୂର୍ବରୁ ଆଦିବାସୀକୁ ବାରମ୍ବାର ଉପେକ୍ଷା କରାଯାଉଥିଲା । ଲମ୍ବା ଶାସନ କରିଥିବା ଦଳ ଆଦିବାସୀଙ୍କୁ ରାଜନୀତି ପାଇଁ କେବଳ ବ୍ୟବହାର କରିଛି । ଆଦିବାସୀ ବହୁଳ ଜିଲ୍ଲାକୁ ଲାଲଗଡ଼ ଭାବରେ ଘୋଷଣା କରି ଅବହେଳା କରାଯାଇଛି । କିନ୍ତୁ ବିଜେପି ସରକାର ଆସିବା ଦ୍ୱାରା ଆଦିବାସୀ ସମାଜକୁ ହିଂସାରୁ ବାହାରକୁ ଆଣିଛି । ଆଦିବାସୀ ଅଞ୍ଚଳରେ ବିକାଶର ଗଙ୍ଗା ବହୁଛି । ବହୁତ ଶୀଘ୍ର ଦେଶରୁ ମାଓବାଦୀ ମୂଳପୋଛ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋଦୀ ।

Leave a Reply

Your email address will not be published. Required fields are marked *